ନୂଆଦିଲ୍ଲୀ: ଜଣେ ପତ୍ନୀ ଥାଉଁ ଥାଉଁ ଅନ୍ୟ ଜଣଙ୍କୁ ବିବାହ କରିବା ଅନୈତିକ ହୋଇଥିଲେ ବି ଜଣେ ବ୍ୟକ୍ତି ୮ ଜଣ ପତ୍ନୀଙ୍କୁ ନିଜ ପାଖରେ ରଖିବା କଥା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ବ୍ୟକ୍ତି ଜଣକ ୮ ଜଣ ପତ୍ନୀଙ୍କୁ ଗୋଟାଏ ଛାତତଳେ ରଖିବାକୁ ଏକ ବିଳାସମୟ ଘର ବି ତିଆରିଛନ୍ତି। ସେହି ଘରର ନାଁ ଦେଇଛନ୍ତି, ‘ମ୍ୟାନ୍ସନ୍ ଅଫ୍ ଫ୍ରି ଲଭ୍’। ମାତ୍ର ସେହି ଘରେ ଗୃହ ପ୍ରବଶେ କରିବା ସମୟରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି। ବ୍ୟକ୍ତିଙ୍କ ନୂଆ ଘରର କାନ୍ଥରେ କେହି ଜଣେ ‘ଡେମନ୍’(ରାକ୍ଷାସ) ଲେଖି ଦେଇଥିବା ଦେଖିବାକୁ ମିଳିଛି।
ବ୍ୟକ୍ତିଙ୍କ ନାଁ ଆର୍ଥର। ସେ ହେଉଛନ୍ତି ବ୍ରାଜିଲ୍ର ବାସିନ୍ଦା। ସେ ଜଣଙ୍କୁ ଛାଡ଼ପତ୍ର ବି ଦେଇ ସାରିଛନ୍ତି। ସେ ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ମିଶାଇଲେ ସମୁଦାୟ ୯ ଜଣଙ୍କୁ ବିବାହ କରିଛନ୍ତି। ବ୍ରାଜିଲର ଆଇନ୍ ଅନୁସାରେ ଏପରି ଭାବେ ଛାଡ଼ପତ୍ର ନଦେଇେ ୮ ଜଣଙ୍କୁ ବିବାହ କରିବା ଅବୈଧ୍ୟ। ମାତ୍ର ବ୍ୟକ୍ତି ଜଣକ କୁହନ୍ତି କି ସେ ଖୁବ୍ ଭଲରେ ଅଛନ୍ତି। ଏତେ ପତ୍ନୀଙ୍କ ମେଳରେ ରହୁଥିବାରୁ ତାଙ୍କୁ କେବଳ ଟିକେ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ଏହାବ୍ୟତୀତ ତାଙ୍କର ଅନ୍ୟ କୌଣସି ସମସ୍ୟା ନାହିଁ।
View this post on Instagram
ବ୍ୟକ୍ତି ଜଣକ ୭୦୦ ବର୍ଗକ୍ଷେତ୍ରର ଜାଗାରେ ‘ମ୍ୟାନ୍ସନ୍ ଅଫ୍ ଫ୍ରି ଲଭ୍’ ଘର ତିଆରି ଥିବା ବେଳେ କେହି ଜଣେ ତାଙ୍କ ଘର କାନ୍ଥରେ ‘ରାକ୍ଷସ’ ବୋଲି ଲେଖିବା ଦେଖି ସେ ଖୁବ୍ ଉଦାସ ହୋଇଛନ୍ତି। ତାଙ୍କ କହିବା କଥା ହେଉଛି, ଏପରି କାର୍ଯ୍ୟ କରିଥିବା ଲୋକକୁ ସେ ନିଶ୍ଚୟ ଖୋଜି ବାହାର କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-70.jpg)