କିଛି ଅଲଗା କରିବା ନିଶାରେ ବିନା ବସ୍ତ୍ରରେ ଡେଟ୍‌ରେ ଗଲେ ମହିଳା, ହେଲେ ଜାଣି ପାରିଲେ ନାହିଁ ସାଥୀ

ସମସ୍ତଙ୍କଠାରୁ କିଛି ଅଲଗା କରିବା ନିଶାରେ ଆଜିର ଯୁବପିଢ଼ି ବହୁତ କିଛି କରୁଛନ୍ତି । କିଏ ବିନା ବସ୍ତ୍ରରେ ବିବାହ କଲାଣି ତ କିଏ ବିନା ବସ୍ତ୍ରରେ ଡେଟ୍‌ରେ ଗଲାଣି । ଏହା ପୂର୍ବରୁ ଆମେ ବିନା ବସ୍ତ୍ରରେ ଶରୀରରେ ପେଣ୍ଟିଂ କରି ଦମ୍ପତି ବିବାହ କରିଥିବା ଖବର ଅପଣମାନଙ୍କୁ ଦେଇଥିଲୁ । ଏବେ ପୁଣି ସେହିଭଳି କିଛି ଘଟଣା ଘଟିଛି । ପ୍ରଥମ ଥର ପାଇଁ ଜଣେ ଅଜଣା ଲୋକ ସହ ଡେଟ୍‌ରେ ଯାଉଥିବାରୁ ସେହି ଦିନଟିକୁ ସ୍ମରଣୀୟ କରିବା ପାଇଁ ମହିଳା ଜଣଙ୍କ ବିନା ବସ୍ତ୍ରରେ ଯିବା ପାଇଁ ଉଚିତ ଭାବିଥିଲେ ।

rochakpost.com

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମହିଳା ବିନା ବସ୍ତ୍ରରେ ଥିଲେ ବୋଲି କେହି ଜାଣି ପାରି ନ ଥିଲେ । ତାଙ୍କ ସହ ଡେଟ୍‌ରେ ଯାଇଥିବା ଯୁବକ ଜଣଙ୍କ ମହିଳାଙ୍କ ବହୁତ ପାଖରେ ଥାଇ ମଧ୍ୟ ସେ ପୋଷାକ ପିନ୍ଧି ନ ଥିବା ଜାଣି ପାରି ନଥିଲେ ।

rochakpost.com

ନିଜ ଟିଣ୍ଡର ଡେଟ୍‌କୁ ଖାସ କରିବା ପାଇଁ ତାଙ୍କର ଏହି ପ୍ରୟାସ ସଫଳ ମଧ୍ୟ ହୋଇଥିଲା । କାରଣ ମହିଳା ଜଣକ ତାଙ୍କ ଶରୀରକୁ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିଥିବା ଭଳି ପେଣ୍ଟ କରାଇଥିଲେ ।

rochakpost.com

ଏଥିପାଇଁ ସେ ପ୍ରସିଦ୍ଧ ବଡି ପେଣ୍ଟର ଜେନ୍‌ ସିଡ଼୍‍ଲେଙ୍କର ସାହାଯ୍ୟ ନେଇଥିଲେ ବୋଲି ଜଣା ପଡ଼ିଛି । ସେ ଏ ନେଇ ତାଙ୍କ ପୁରୁଷ ବନ୍ଧୁଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ ବନ୍ଧୁ ଏହାକୁ ବିଶ୍ୱାସ କରି ପାରି ନ ଥିଲେ ।

ସମ୍ବନ୍ଧିତ ଖବର