ନୂଆଦିଲ୍ଲୀ: ସାଧାରଣତଃ ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରୁଥିବା ଶୁଣିବାକୁ ଓ ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣିଛନ୍ତି କି ଲମ୍ବା ଗୋଡ଼ ପାଇବା ପାଇଁ ଜଣେ ଯୁବତୀ ‌କୋଟିଏରୁ ଊର୍ଧ୍ବ ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି। ଏହି  ୩୧ବର୍ଷର ଯୁବତୀଙ୍କ ନାମ ଥେରେସିଆ ଫିଶ୍ଚର ‌।

Advertisment

ଆପଣଙ୍କୁ ହୁଏତ ଏହି ଘଟଣା କାହାଣୀ ଭଳି ଲାଗୁଥାଇପାରେ କିନ୍ତୁ ଘଟଣାଟି ସତରେ ଘଟିଛି। ତେବେ ଉକ୍ତ ଯୁବତୀଙ୍କୁ ସେଲିବ୍ରିଟି ବିଗ ବ୍ରଦର ସୋ’ରେ ଜର୍ମାନ ଭର୍ସନରେ ଦେଖିବାକୁ ମିଳୁଛି।

ଥେରେସିଆ ଫିଶ୍ଚର ଲମ୍ବାଗୋଡ଼ ପାଇବା ପାଇଁ ଦୁଇଥର ଅସ୍ତ୍ରୋପଚାର କରିଛନ୍ତି। ଏବେ ତାଙ୍କର ଉଚ୍ଚତା ୬ଫୁଟ ହୋଇଯାଇଛି। ଏହି ମଡେଲଙ୍କ କହିବାନୁସାରେ, ଲମ୍ବାଗୋଡ଼ ପାଇବା ପରେ ତାଙ୍କୁ ଅନେକ ଲାଭ ମିଳୁଛି। ଏହି ଗୋଡ଼ ପାଇଁ ତାଙ୍କ ଜୀବନକୁ ୬ଜଣ ନୂତନ ପ୍ରେମିକ ଆସିଛନ୍ତି । ଏଥିସହିତ ତାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ମଡେଲ ଖୁସି ଓ ଶାନ୍ତିରେ ରହୁଛନ୍ତି।

ଥେରେସିଆ ଫିଶ୍ଚର କହିଛନ୍ତି, ‘ମୋର ଇନଷ୍ଟାଗ୍ରାମରେ ୧.୪୫ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି। ଡାକ୍ତର ମୋର ଗୋଡ଼ର ଅସ୍ତ୍ରୋପଚାର କରିବା ପରେ ଉଚ୍ଚତା ୧୪ ସେଣ୍ଟିମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। କିଶୋରୀ ଥିବା ବେ‌ଳେ ମୋର କମ ଉଚ୍ଚତା ପାଇଁ ଲୋକେ ମୋ‌ତେ ପରିହାସ କରୁଥିଲେ। ଏଥିପାଇଁ ଅନେକ ସମୟରେ ମୁଁ ଫଟୋ ଉଠାଏ ନାହିଁ କି ବେଶୀ ଭିଡ଼ ସ୍ଥାନକୁ ଯାଇ ନଥାଏ। ’