୧୧ ମାସ ପିଲାର ପ୍ରଥମ ଶବ୍ଦ ‘ମାଆ’ କିମ୍ବା ‘ବାପା’ ନୁହେଁ; ଶବ୍ଦଟି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଶିଶୁଟି ଯେତେବେଳେ ପ୍ରଥମ ତା’ର ମୁହଁ ଖୋଲେ ତ କ’ଣ କୁହେ? ମାଆ। କେହି କେହି ବାପାଙ୍କ ନାମ ବି ନେଇଥାନ୍ତି। ମାତ୍ର ଆଜିକାଲିର ଆଧୁନିକ ଯୁବର ଶିଶୁଙ୍କ ବିଷୟରେ ଶୁଣିଲେ ଆପଣ ଏକଦମ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଜାଣନ୍ତି ଆମେରିକାର ଜଣେ ୧୧ ମାସର ଶିଶୁ ପାଟି ଖୋଲୁ ଖୋଲୁ ତା’ ପାଟିରେ ପ୍ରଥମ ଶବ୍ଦ କ’ଣ ଥିଲା? ତାହା ଥିଲା ‘ଆଲେକ୍ସା’।

ଏହି କୁନି ଶିଶୁଟିର ଭାଇ ରୀତିମତ ଭାବେ ଆମାଜନ୍‌ ଆଲେକ୍ସା ବ୍ୟବହାର କରେ। ୧୧ ମାସର ଏହି ଶିଶୁଟି ନିଜ ଭାଇ ପାଖରେ ଅଧିକାଂଶ ସମୟ ଅତିବାହିତ କରୁଥିବା ହେତୁ ଏହି ଶବ୍ଦ ସହ ସେ ପରିଚିତ ହୋଇ ଯାଇଥିବାରୁ ତା’ ପାଟିରୁ ପ୍ରଥମ ଶବ୍ଦ ‘ଆଲେକ୍ସା’ ବୋଲି ବାହାରି ପଡ଼ିଥିଲା ବୋଲି ଶିଶୁଟିର ବାପାମାଆ କହନ୍ତି।

ଶିଶୁଟିର ମାଆ କହନ୍ତି ସେ ଗତ ସୋମବାର ପ୍ରଥମେ ପାଟି ଖୋଲିବା ପରେ ଏହି ଗୋଟିଏ ଶବ୍ଦକୁ ପ୍ରାୟ ୧୦-୧୨ ଥର କହିବାକୁ ଲାଗିଥିଲା। ଶିଶୁଟର ମାଆବାପା ତାଙ୍କୁ ମମି-ଡାଡି ଡାକିବାକୁ ବାରମ୍ବାର କହୁଥିବା ବେଳେ ସେ ବାରମ୍ବାର ସେହି ଗୋଟିଏ ଶବ୍ଦ କହିବାକୁ ଲାଗିଥିଲା।

ସମ୍ବନ୍ଧିତ ଖବର