ଚାଇନାର ଅନ୍ୟତମ ପ୍ରାଚୀନ ବୌଦ୍ଧ ପୀଠ ‘ସହସ୍ର ବୁଦ୍ଧ ଗୁମ୍ଫା’

ଏଠାରେ ଦେଖିବାକୁ ମିଳେ ବହୁ ସ˚ଖ୍ୟକ ବୁଦ୍ଧ ପ୍ରତିମା

ଚାଇନାର ଗାନ୍‌ସୁ ପ୍ରଦେଶ ଅନ୍ତର୍ଗତ ଡୁନ୍‌ହୁଆଙ୍ଗ୍‌ରେ ‘ସହସ୍ର ବୁଦ୍ଧ ଗୁମ୍ଫା’ ଅବସ୍ଥିତ। ୧୯୮୭ରେ ଏହାକୁ ବିଶ୍ବ ଐତିହ୍ୟ ମାନ୍ୟତା ପ୍ରାପ୍ତ ହୋଇଥିଲା। ଏହାର ଅନ୍ୟ ନାମ ‘ମୋଗାଓ ଗୁମ୍ଫା’। ଏଠାରେ ବହୁ ସ˚ଖ୍ୟକ ବୁଦ୍ଧ ପ୍ରତିମା ଦେଖିବାକୁ ମିଳେ। ଏହି ସ୍ଥାନରେ ୟୁଇଜୁନ୍‌ ନାମକ ବୌଦ୍ଧ ସନ୍ନ୍ୟାସୀ ନିଜର ଅନ୍ତଃ ଦୃଷ୍ଟି ଦ୍ବାରା ସହସ୍ର ବୁଦ୍ଧଙ୍କ ଦର୍ଶନ ଲାଭ କରିଥିଲେ। ସେ ହିଁ ପ୍ରଥମ ଗୁମ୍ଫା ନିର୍ମାଣ କରିଥିଲେ। ଏଠାରେ ସ˚ପ୍ରତି ୭୩୫ଟି ଗୁମ୍ଫା ସୁରକ୍ଷିତ ଅଛି। ଚତୁର୍ଥରୁ ଚତୁର୍ଦଶ ଶତାବ୍ଦୀ ମଧ୍ୟରେ ଏଠାରେ ହଜାରେରୁ ଅଧିକ ଗୁମ୍ଫା ମଣିଷ ହାତରେ ନିର୍ମିତ ହୋଇଥିବାର ଉଲ୍ଲେଖ ମିଳେ। ଏଠାରେ ଏକଦା ଥିଲା ଏକ ବିଶାଳ ପାଠାଗାର। ପାଠାଗାରରେ ଗଚ୍ଛିତ ସ˚ସ୍କୃତ ସମେତ ବିଭିନ୍ନ ଭାଷାର ପୋଥି କାଳକ୍ରମେ ଅନ୍ୟ ସ୍ଥାନକୁ ଯାଇଥିଲା। ଏହା ଚାଇନାର ଅନ୍ୟତମ ପ୍ରାଚୀନ ବୌଦ୍ଧ ପୀଠ। ଏକଦା ମୁଖ୍ୟତଃ ବୌଦ୍ଧ ସନ୍ନ୍ୟାସୀମାନେ ଏଠାରେ ବାସକରୁଥିଲେ। କାଳକ୍ରମେ ସ୍ଥାନଟି ପରିତ୍ୟକ୍ତ ହୋଇପଡ଼ିଥିଲା। ଊନବି˚ଶ ଶତାବ୍ଦୀର ଆଦ୍ୟ ଭାଗରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏବେ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଅଧିକା˚ଶ ଗୁମ୍ଫା ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ସର୍ବଦା ଖୋଲା।

Crystalinks
ସମ୍ବନ୍ଧିତ ଖବର