ବିବାହ ପରେ ଭାଗ୍ୟ ବଦଳିବାର ସୂଚନା ଦେଉଥିବା ଶରୀରର ‘ଜାଇ’

ସାମୁଦ୍ରିକ ଶାସ୍ତ୍ରରେ ଶରୀରର ‘ଜାଇ’ ଦେଖି ଭଲମନ୍ଦ ସୂଚନା ଜାଣିବାର ସୂତ୍ର ଉଲ୍ଲେଖ ଅଛି। ଶରୀରରେ ଆକୃତି ଓ ସ୍ଥାନ ଦେଖି ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କଥା କହିବା ଭଳି ବିଦ୍ୟା ସାମୁଦ୍ରିକ ଶାସ୍ତ୍ରରୁ ଜାଣିହୁଏ।

ସାଧାରଣତଃ, ଜନ୍ମରୁ ହିଁ ଶରୀରରେ ଜାଇ ଦେଖାଯାଇଥାଏ। କିନ୍ତୁ, କେତେକ ଜାଇ ବୟସ ବଢ଼ିବା ସହ ବାହାରି ଥାଏ। ଏହା ବ୍ୟକ୍ତିର ଏବକାର କର୍ମର ସୂଚନା।

ଜାଇ ଉଠିଥିବା ସ୍ଥାନ, ରଙ୍ଗ, ଏବଂ ଆକାର ତଥା ଜାଇ ଲିଭି ଯିବା ଆଦି ଭାଗ୍ୟ ପରିପର୍ତ୍ତନର ସୂଚନା ଦିଏ। ଜାଇ ସାଧାରଣତଃ, ଚର୍ମ ଉପରେ ଦେଖାଦିଏ, କିନ୍ତୁ ଅଳ୍ପ କେତେକ ଜାଇ ଚର୍ମ ଉପରକୁ ଉଠିଥାଏ। ସେଗୁଡ଼ିକୁ ଭାତୁଡ଼ି କହନ୍ତି।

ସୌଭାଗ୍ୟ, ସମ୍ପଦ, ସଫଳତା ଆଦି ଛଡ଼ା ବିବାହ ପରେ ଭାଗ୍ୟ ପରିବର୍ତ୍ତନ କରାଇବା ମଧ୍ୟ ଜାଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅର୍ଥାତ୍‌ ଶରୀରର ଯେ କୌଣସି ସ୍ଥାନରେ ଜାଇ ଥାଉ ନା କାହିଁକି, ବିବାହ ପରେ ତାହା ନିଶ୍ଚୟ ଭାଗ୍ୟ ପରିବର୍ତ୍ତନ କରିଥାଏ।

ନାକ ପାର୍ଶ୍ୱରେ:
ଯଦି ବ୍ୟକ୍ତିର ନାକର କୌଣସି ଗୋଟିଏ ପଟରେ ଜାଇ ଅଛି ଏବଂ ସେଥିଯୋଗୁଁ ଭାଗ୍ୟର କୌଣସି ପରିବର୍ତ୍ତନ ଘଟୁନାହିଁ; ଚିନ୍ତା କରିକା ଅନୁଚିତ। ବିବାହ ପରେ ଭାଗ୍ୟ ବଦଳିଯିବ ଏବଂ ସେ ବ୍ୟକ୍ତିଙ୍କର ସ୍ୱପ୍ନ ପୂରଣ ହେବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିବେ। କିନ୍ତୁ, ବିବାହ ପୂର୍ବରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଫଳତା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ।

ଡାହାଣ ଗାଲରେ:
ଡାହାଣ ଗାଲରେ ଜାଇ ଥିଲେ ତାହା ବିବାହ ପରେ ହଠାତ୍‌ ଭାଗ୍ୟ ପରିବର୍ତ୍ତନର ସୂଚନା ଦିଏ। ବିଶେଷ କରି ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ଉଚିତ। ବିବାହ ପରେ ହିଁ ଏମାନଙ୍କ ସୌଭାଗ୍ୟ ଆସିବା ନିଶ୍ଚିତ।

ଭ୍ରୂଲତା ମଝିରେ:
ଦୁଇ ଭ୍ରୂଲତା ମଝିରେ ଜାଇ ଥିଲେ ତାହା ବିବାହ ପରେ ଅଧିକ ସଫଳତାର ପାଇବାର ସୂଚନା ଦିଏ। ବିବାହ ପୂର୍ବରୁ ସେମାନେ ଆଖିଦୃଶିଆ ସଫଳତା ପାଇ ନ ଥାନ୍ତି।

ପାପୁଲିର ବିବାହ ରେଖାରେ:
ପାପୁଲିର ବିବାହ ରେଖାରେ ଉଭୟ ନାଲି ଏବଂ କଳା ଜାଇ ଥାଏ। ନାଲି ଜାଇ ସଫଳ ଦାମ୍ପତ୍ୟ ଜୀବନର ସୂଚନା ଦିଏ। କିନ୍ତୁ କଳା ଜାଇ ଏହାର ବିପରୀତ ସୂଚନା ଦିଏ।

ତଳିପା’ରେ:
ତଳିପା’ରେ ଜାଇ ଥିଲେ ତାହା ଦେଶ ବିଦେଶ ଭ୍ରମଣ ସୂଚନା ଦିଏ। ଏହା ବ୍ୟତିରେକେ, ତାହା ସଫଳ ବିବାହ ଏବଂ ବିବାହତ୍ତୋର ଜୀବନର ସୂଚନା ଦିଏ। ବିବାହ ପରେ ପରେ ସଫଳତା ଦୁଆର ଖୋଲିଯାଏ।

ଛାତିରେ:
ଡାହାଣ ପଟ ଛାତିର ମଝିରେ ଜାଇ ଥିଲେ ବ୍ୟକ୍ତି ଦୟାଳୁ ସ୍ୱଭାବର ହେବା ସହ ବିବାହ ପୂର୍ବରୁ କଠିନ ଝଞ୍ଜାର ସମ୍ମୁଖୀନ ହେବେ। ବିବାହ ପରେ ଯାଇ ଧୀରେ ଧୀରେ ସୌଭାଗ୍ୟ ଆସିବ।

ପାପୁଲିର ଶୁକ୍ର ବଳୟରେ:
ପାପୁଲିର ଶୁକ୍ର ବଳୟରେ ଜାଇ ଥିବା ବ୍ୟକ୍ତିଙ୍କର ବିବାହତ୍ତୋର ଯୌନଜୀବନ ବିଳାସପୂର୍ଣ୍ଣ ହୋଇଥାଏ। ପୂର୍ବରୁ ଏହା ଜୀବନରେ କିଛି ସମସ୍ୟା ବି ସୃଷ୍ଟି କରିଥାଏ। କିନ୍ତୁ, ବିବାହ ପରେ ସେ ସମସ୍ୟା ହଟି ଯାଇଥାଏ।

ସମ୍ବନ୍ଧିତ ଖବର