ନିଃସନ୍ତାନ ଝିଅକୁ ଦେଲେ ମାଆ ହେବାର ଅନୁଭବ; ଝିଅର ଛୁଆକୁ ଗର୍ଭରେ ରଖି ଦୁନିଆକୁ ଆଣିଲେ ମହିଳା

ୱାଶିଂଟନ୍‌: ଗର୍ଭଧାରଣ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଥିବା ବେଳେ ଲୋକେ ସରୋଗେସି(ଭଡ଼ା ଗର୍ଭ) ପ୍ରକ୍ରିୟାକୁ ବିଶେଷ ଭାବେ ଆପଣେଇବାରେ ଲାଗିଛନ୍ତି। ନିଜ ଝିଅର ସମସ୍ୟା ଥିବା ହେତୁ ୪୯ ବର୍ଷୀୟା ଜଣେ ମହିଳା ତାଙ୍କ ଝିଅର ଛୁଆକୁ ନିଜ ଗର୍ଭରେ ଧ‌ାରଣ କରି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଘଟଣାଟି ହେଉଛି ଆମେରିକାର।

ଘଟଣାରୁ ପ୍ରକାଶ କି ଆମେରିକାର ଜଣେ ୨୫ ବର୍ଷୀୟା ଯୁବତୀ ମାଆ ହେବାକୁ ଚାହିଁ ମଧ୍ୟ ତାଙ୍କ ଗର୍ଭାଶୟରେ ଥିବା ସମସ୍ୟା ହେତୁ ମାଆ ବନି ପାରୁନଥିଲେ। ଏହି କାରଣରୁ ସେ ଏବଂ ତାଙ୍କ ପତି ଉଭୟ ଖୁବ୍ ଚିନ୍ତିତ ଥିଲେ। ଝିଅର ଦୁଃଖ ସହ୍ୟ ନକରିପାରି ଝିଅ ପାଇଁ କିଛି ଗୋଟେ କରିବାକୁ ମାଆ ସବୁବେଳେ ଚାହୁଁଥିଲେ। ଶେଷର ସେ ଝିଅର ଖୁସି ପାଇଁ ଝିଅର ସନ୍ତାନକୁ ନିଜ ଗର୍ଭରେ ରଖିବାର ନିଷ୍ପତ୍ତି ନେଲେ।

www.aajtak.in

ମହିଳାଙ୍କର ଏହି ନିଷ୍ପତ୍ତି ଏବେ ଫଳ ଦେଇଛି। ମହିଳା ଜଣକ ଏକ ସୁନ୍ଦର ଓ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି। ମହିଳା ଜନ୍ମ ଦେଇଥିବା ଶିଶୁଟି ତାଙ୍କ ଝିଅ ଓ ଜ୍ବାଇଁଙ୍କର। ସେ ଖାଲି ପିଲାଟିକୁ ନିଜ ଗର୍ଭରେ ଧାରଣ କରିିଥିଲେ।

ପିଲା ଜନ୍ମ ଦେବା ପରେ ମହିଳା ଜଣକ ଗଣମାଧ୍ୟମରେ ନିଜ ମତ ରଖି କହିଛନ୍ତି ଯେ ପିଲାଟିଏ ନଥିବାରୁ ତାଙ୍କ ଝିଅ ଯେଉଁଭଳି ଭାବେ ଦୁଃଖରେ ରହୁଥିଲେ ସେ ସହ୍ୟ କରି ପାରୁନଥିଲେ। ସେହି କାରଣରୁ ସେ ସରୋଗେସି ଜରିଆରେ ପିଲା ଜନ୍ମ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର