ନବଜାତ ଶିଶୁକୁ କୋଳେଇ ପାରିଲେ ନାହିଁ କରୋନା ସଂକ୍ରମିତ ମା’; ଭିଡିଓ କଲରେ ଶିଶୁକୁ ଦେଖିବା ପରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭାଇରସ ପୂରା ବିଶ୍ବରେ ତାହାର ପ୍ରଭାବ ପକାଇଛି। ଏହି ଭାଇରସ କାରଣରୁ ଏଯାବତ ଅନେକଙ୍କ ମୃତ୍ୟୁ ହୋଇସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୨୬,୬୨୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୩୧,୨୨୩ରେ ପହଞ୍ଚିଛି।

କରୋନା ଭାଇରସ ଅନେକଙ୍କୁ ବଞ୍ଚିବାର ନୂଆ ଦିଗ ଦେଖାଇଥିବା ବେଳେ ଅନେକ ଲୋକ ସେମାନଙ୍କ ଚାକିରି ହରାଇ ଖାଇବାକୁ ପାଉ ନାହାନ୍ତି। ଏଥିସହିତ ଆଉ କେତେକ ନିଜ ସମ୍ପର୍କୀୟଙ୍କୁ ଏହି କରୋନା ଭାଇରସ କାରଣରୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଏମିତି ଏକ ଲୋକଟାଙ୍କୁରା ଘଟଣା ଭନେସା କାର୍ଡେନାସ ଗୋଞ୍ଜାଲେଜ ପରିବାର ସହିତ ଘଟିଛି। ଭନେସା ନଭେମ୍ବର ୯ତାରିଖରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁକୁ ଦେଖି ପୂରା ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା। ଶିଶୁକୁ ଜନ୍ମ ଦେବାର ୫ଦିନ ପରେ ଭନେସା କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ମା’ କରୋନା ସଂକ୍ରମିତ ଥିବାରୁ ଶିଶୁକୁ କୋଳେଇ ପାରି ନଥିଲେ। ଏଥିପାଇଁ ମା’ ଠାରୁ ଶିଶୁକୁ ଦୂରରେ ରଖାଯାଇଥିଲା।

ଶିଶୁକୁ ଜନ୍ମ ଦେଇ କରୋନା ସଂକ୍ରମିତ ହେବା ପରେ ଭନେସାଙ୍କୁ ବିଶ୍ବାସ ଥିଲା କି ‌ସେ ନିଶ୍ଚୟ କରୋନା ଯୁଦ୍ଧରେ ଜିତିଯିବେ। କିନ୍ତୁ ବିଧ।ତାଙ୍କର ଆଉ କିଛି ହିଁ ଇଚ୍ଛା ଥିଲା। ସେ ନିଜ ଶିଶୁକୁ ଦେଖିବାକୁ ଇଚ୍ଛା କରିଥି‌ଲେ । ମହିଳାଙ୍କ ଏହି ଇଚ୍ଛା ଅନୁସାରେ ଡାକ୍ତର ତାଙ୍କ ଶିଶୁକୁ ଭିଡିଓ କଲ ଜରିଆରେ ଦେଖାଇଥି‌ଲେ। ଶିଶୁକୁ ଦେଖିବା ପରେ ଭନେସା ବହୁତ ଖୁସି ହୋଇଯାଇଥିଲେ। ଏହାରି ଭିତରେ ତାଙ୍କର ହୃତଘାତ ହେବାରୁ ଭନେସାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର