ଫୋନ୍‌ ଚାର୍ଜର୍‌ରେ ପାଟି ପୋଡ଼ି ଯାଇଥିବା ଛୁଆର ମା’ଙ୍କର ଅନ୍ୟମାନଙ୍କୁ ଚେତାବନୀ

ପ୍ଲଗ୍‌ରେ ଲାଗିଥିବା ଏକ ଫୋନ୍‌ ଚାର୍ଜର୍‌କୁ ଚୋବାଇବା ଯୋଗୁଁ ପାଟି ପୋଡ଼ି ଯାଇଥିବା ନିଜ ଝିଅର ପୋଡ଼ା-ପାଟିର ଫଟୋ ସେୟାର୍‌ କରିଛନ୍ତି ଜଣେ ଆମେରିକୀୟ ମା’।

ଫୋନ୍‌ ଚାର୍ଜର୍‌ ଭଳି ବୈଦ୍ୟୁତିକ ଉପକରଣରେ ଯୋଗୁଁ ଉପୁଜିବାର ସମ୍ଭାବନା ଥିବା କଥା ଅନ୍ୟ ପିତାମାତାମାନଙ୍କୁ ଅକ୍ଟୋବର ୫ ତାରିଖ ଦିନ ଫେସ୍‌ବୁକ୍‌ ଜରିଆରେ ଚେତାଇ ଦେଇଛନ୍ତି ଆମେରିକାର କେଣ୍ଟୁକିବାସୀନି କୋର୍ଟନି ଏନ୍‌ ଡେଓ୍ଵିସ୍‌।

Photo Courtesy of Daily Mirror

ସେପ୍ଟେମ୍ବର ୨୮ ତାରିଖ ଦିନ ମୋ ୧୯ ମାସିଆ ଝିଅ ମୋ ଫୋନ୍‌ ଚାର୍ଜର୍‌ଟିକୁ ପାଟିରେ ପୂରାଇ ଥିଲା। ଆମେ ଡାକ୍ତରଙ୍କ ପାଖକୁ ଯାଆନ୍ତେ, ସେ କହିଲେ କି ଏହା ଏକ ବୈଦ୍ୟୁତିକ ପୋଡ଼ା। ପିଲାଟି ଚାଟି ଖାଇ ଦେବାର ଆଶଙ୍କା ଥିବାରୁ ସେ ସ୍ଥାନରେ କୌଣସି ଔଷଧ ଲଗାଇ ହେବ ନାହିଁ ବୋଲି ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଲେଖିଛନ୍ତି ଡେଓ୍ଵିସ୍‌। ଏ ପର୍ଯ୍ୟନ୍ତ ସେ ପୋଷ୍ଟ୍‍ ତିନି ଲକ୍ଷରୁ ବେଶୀ ସେୟାର୍‌ ହୋଇ ସାରିଛି।

ପାଟିରେ ଚାର୍ଜର୍‌ ପୂରାଇବାର ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ତାଙ୍କ ଝିଅ କିଭଳି ସାଙ୍ଘାତିକ ପୋଡ଼ା କ୍ଷତ ଭୋଗିଲା ତାହା ସେ ବ୍ୟାଖ୍ୟା କରିଛନ୍ତି।
ଅନ୍ୟ କୌଣସି ଦିନ ମୋ ଚାର୍ଜର୍‌ ପ୍ଲଗ୍‌ରେ ଲାଗି ରହି ନ ଥାଏ। ସେଦିନ ଗୁଡ଼ାଏ ଝମ୍ବିଲା ଥିବାରୁ ପ୍ଲଗ୍‌ରୁ ଚାର୍ଜର୍‌ କାଢ଼ିବାକୁ ମୁଁ ସମୟ ପାଇ ନ ଥିଲି ବୋଲି ସେ କହିଛନ୍ତି।

Photo Courtesy of Romper

ଝିଅ ପୋଡ଼ିଯିବା ପାଇଁ ମାତ୍ର କେଇ ସେକେଣ୍ଡ୍‌ ଲାଗିଲା। ସେ କେବେ ଏହାକୁ ପାଟିରେ ପୂରାଇବାକୁ ଚେଷ୍ଟା କରି ନ ଥିଲା କି, କଦାପି ଏଥିରେ ଲାଗେ ନାହିଁ। କିନ୍ତୁ, ପ୍ଲଗ୍‌ରୁ ବାହାର କରା ଯାଇ ନ ଥିବା ଦିନ ସେ ତାକୁ ପାଟିରେ ପୂରାଇ ସାଙ୍ଘାତିକ ପୋଡ଼ା ଘା’ ଭୋଗିଲା।

ଡେଓ୍ଵିସ୍‌ କହିଛନ୍ତି: ଭାଗ୍ୟକୁ ପିଲାଟି ପୋଡ଼ା କ୍ଷତ ଯୋଗୁଁ ହଇରାଣ ହେବା ପରି ଜଣାପଡୁ ନାହିଁ। କିନ୍ତୁ, ସେ ପିତାମାତା ଏବଂ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି କି, ସେମାନେ ଆପଣା ଫୋନ୍‌ ଚାର୍ଜର୍‌ ପ୍ରତି ସତର୍କ ରୁହନ୍ତୁ।

ବାପାମାଆ, ଜେଜେଜେଜି, ଧାଈମାନେ ଦୟାକରି ଆପଣମାନଙ୍କର ଚାର୍ଜର୍‌ଗୁଡ଼ିକୁ ପିଲାଙ୍କ ହାତପାଆନ୍ତାରୁ ଦୂରରେ ରଖନ୍ତୁ।

ମୋ ଝିଅ ଭାଗ୍ୟବତୀ। ଆଉ କୌଣସି ପିଲାକୁ ତା’ଭଳି ସୌଭାଗ୍ୟ ଜୁଟି ନ ପାରେ।

ପରେ ସେ ପୋଷ୍ଟ୍‍ ଅପ୍‌ଡେଟ୍‌ କରି କହିଛନ୍ତି, ସେ ଉପକରଣଟି ଥିଲା ଥାର୍ଡ ପାର୍ଟି ଚାର୍ଜର୍‌ ଏବଂ ତାହା ସାମ୍‌ସଙ୍ଗ୍‌ ନୋଟ୍‌ ୫ରେ ଖଞ୍ଜା ଯାଉଥିଲା।
ମୋବାଇଲ୍‌ ଫୋନ୍‌ ବିସ୍ଫୋରଣ କାରଣରୁ ଉପୁଜୁ ଥିବା ଦୁର୍ଘଟଣା ଜନିତ ଆଘାତ ଖବର ଚାରିଆଡ଼େ ପ୍ରଘଟ ହେଉଛି। କିନ୍ତୁ, ଫୋନ୍‌ ଚାର୍ଜର୍‌ ଜନିତ ଆଘାତ ଘଟଣା ବିରଳ।

ଦୈନିକ ଅନ୍ୟୂନ ଦୁଇ ଥର ଧରୁଥିଲେ ମଧ୍ୟ ଫୋନ୍‌ ଚାର୍ଜର୍‌ ବିପଜ୍ଜନକ ବୋଲି ଆମେ ବିଚାରୁ ନାହିଁ। କିନ୍ତୁ, ବେଳପଡ଼ିଲେ ଏହା ମଣିଷ ଦେହ ମଧ୍ୟକୁ ବିଜୁଳି ସ୍ରୋତ ପଠାଇ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିପାରେ। ଗଲା ଏପ୍ରିଲ୍‌ ମାସରେ ପୋଷା କୁକୁର ବେକରେ ବନ୍ଧା ଯାଇଥିବା ଟ୍ୟାଗ୍‌ ମୋବାଇଲ୍‌ ଚାର୍ଜର୍‌ ସଂସ୍ପର୍ଶରେ ଆସି ଦୈବାତ୍‌ ଏକ ଧାତବ ଖଟରେ ଲାଗିଯିବାରୁ ଆଲ୍‌ବାମାର ଜଣେ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର