ଏଣିକି ଆଉ ବ୍ୟକ୍ତିଗତ କାମରେ ସରକାରୀ ଗାଡ଼ିକୁ ବ୍ୟବହାର କରିପାରିବେ ନାହିଁ ସରକାରୀ କର୍ମଚାରୀ। ଏପରି ଏକ ନିୟମ ଆରମ୍ଭ କରିଛନ୍ତି ହରିୟାଣା ସରକାର। ଏହି ନିୟମ ଅନୁସାରେ ଏଣିକି ବ୍ୟକ୍ତିଗତ କାମ ପାଇଁ ସରକାରୀ ଗାଡ଼ି ବ୍ୟବହାର କଲେ ସରକାରୀ କର୍ମଚାରୀଙ୍କ ଦରମା କଟିବ। ଏହି ନିୟମ ଫଳରେ ହରିୟାଣାରେ ଏବେ ପ୍ରଶାସନିକ ସଚିବ, ବୋର୍ଡ଼ ନିଗମ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ସରକାରୀ ଅଫିସ ଗାଡ଼ିକୁ ବ୍ୟକ୍ତିଗତ ବ୍ୟବହାର କଲେ ଦରମା କଟିବ। ସରକାରୀ ବାହନରେ କାର୍ଯ୍ୟାଳୟରୁ ଘରକୁ ଆସିବା ପାଇଁ ଏକ ହଜାର କିମି ପର୍ଯ୍ୟନ୍ତ ଯାତ୍ରା ମାଗଣା ରହିବ। ଏଥିରୁ ଅଧିକ ଯାତ୍ରା କଲେ ସରକାରୀ କର୍ମଚାରୀଙ୍କ ଦରମା କଟିବ।

Advertisment

publive-image

ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ସଚିବ ଠାରୁ ଆରମ୍ଭ କରି ଅତିରିକ୍ତ ପ୍ରଧାନ ସଚିବ, ଉପପ୍ରଧାନ ସଚିବ ଓ ଓଏସଡ଼ି ପର୍ଯ୍ୟନ୍ତ କେହି ମଧ୍ୟ ଏହି ନିୟମକୁ ଅମାନ୍ୟ କରିବେ ନାହିଁ। ସମସ୍ତେ ନିୟମ ମାନିବା ପାଇଁ ବାଧ୍ୟ। ତେବେ ଯାତ୍ରା ଖର୍ଚ୍ଚ ଅଧିକ ହେଲେ ସରକାରଙ୍କୁ ଲିଖିତ ଭାବେ ସୂଚନା ଦେବେ ଅଫିସର। ଏହାବ୍ୟତୀତ ସେମାନେ ନିଜ ତଥା ବ୍ୟକ୍ତିଗତ ବ୍ୟବହାର ପାଇଁ ସରକାରୀ ଗାଡ଼ିକୁ ବ୍ୟବହାର କରିନାହାନ୍ତି ବୋଲି ସରକାରଙ୍କୁ ଲିଖିତ ସୂଚନା ଦେବେ ଆଉ ତା’ପରେ ଯାଇ ଡିସେମ୍ବରରେ ତାଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ।

ସୂଚନା ଅନୁସାରେ ପୂର୍ବରୁ ହିଁ ଏନି ନିୟମ ତିଆରି କରିଛନ୍ତି ହରିୟାଣା ସରକାର। ଗାଡ଼ିର ବ୍ୟକ୍ତିଗତ ବ୍ୟବହାର ପାଇଁ ଅପିସରଙ୍କୁ ରିକୋଭର ବ୍ୟବସ୍ଥା ରହିଛି। କିନ୍ତୁ ପୂର୍ବରୁ ଏହି ନିର୍ଦ୍ଦେଶ ମାନୁନଥିଲେ ସରକାରୀ ଅଫିସର। ତେବେ ଏବେ ମୁଖ୍ୟ ସଚିବ ତୁରନ୍ତ ଏହି ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।