ଆଜି ସମୟରେ ଲୋକମାନେ ନିଜର ରୋଜଗାରରୁ କିଛି ବଞ୍ଚାଇ ସୁରକ୍ଷିତ ଜାଗାରେ ନିବେଶ କରିବାକୁ ଆଗ୍ରହୀ। ଏ ଦିଗରେ ପୋଷ୍ଟ ଅଫିସ୍‌ର ସ୍ମଲ୍‌ ସେଭିଂ ସ୍କିମ୍‌ ବେଶ୍‌ ଲୋକପ୍ରିୟ। ଏଥିରେ ନିବେଶ କଲେ ୭.୫%ରୁ ୮.୨% ସୁଧ ମିଳେ। ଏଥିରେ ସବୁ ବୟସ ଓ ବର୍ଗର ଲୋକ ସାମିଲ ହୋଇପାରିବେ। ଆମେ ସେଭଳି କିଛି ଯୋଜନା ବିଷୟରେ ଆଲୋଚନା କରିବା, ଯାହା ଛୋଟ ନିବେଶରୁ ବଡ଼ ସଞ୍ଚୟର ସୁଯୋଗ ଦେଇଥାଏ।

Advertisment

 ସୁକନ୍ୟା ସମୃଦ୍ଧି ଯୋଜନା   (ଏସ୍‌ଏସ୍‌ୱାଇ):
ଏହି ଆକାଉଣ୍ଟ ୧୦ ବର୍ଷରୁ କମ୍‌ ବୟସର ଝିଅଙ୍କ ନାମରେ ଖୋଲାଯାଏ। ଏଥିରେ ୮.୨% ପର୍ଯ୍ୟନ୍ତ ବାର୍ଷିକ ସୁଧ ହାର ମିଳେ। ଏଥିରେ ବାପାମାଆ ବାର୍ଷିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ ଏବଂ ଟିକସ ଛାଡ଼ର ଲାଭ ମଧ୍ୟ ପାଇପାରିବେ।

 ପବ୍ଲିକ୍‌ ପ୍ରୋଭିଡେଣ୍ଟ ‌ଫଣ୍ଡ୍‌ (ପିପିଏଫ୍‌): ‘ପିପିଏଫ’ ଏକ ଦୀର୍ଘକାଳୀନ ଓ ସୁରକ୍ଷିତ ନିବେଶ ଯୋଜନା। ସ୍ଥିର, ସୁରକ୍ଷିତ ତଥା କରମୁକ୍ତ ସଞ୍ଚୟ କରିବାକୁ ଚାହୁଥିବା ବୃତ୍ତିଧାରୀଙ୍କ ପାଇଁ ଏହା ବିଶେଷ ଲାଭଦାୟକ। ଏଥିରେ ବାର୍ଷିକ ୭.୧% ହାର ପର୍ଯ୍ୟନ୍ତ ସୁଧ ମିଳେ। ଏହି ଯୋଜନାରେ କେବଳ ୫୦୦ ଟଙ୍କାରୁ ନିବେଶ ଆରମ୍ଭ କରାଯାଇପାରିବ। 

 ନ୍ୟାସ୍‌ନାଲ୍‌ ସେଭିଂସ୍‌ ସାର୍ଟିଫିକେଟ୍‌ (ଏନ୍‌ଏସ୍‌ସି): ‘ଏନ୍‌ଏସ୍‌ସି’ ପୋଷ୍ଟ ଅଫିସ୍‌ ଦ୍ବା‌ରା ସଂଚାଳିତ ସରକାରୀ ସ୍କିମ୍‌। ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ନିବେଶ କଲେ ଆପଣଙ୍କୁ ବାର୍ଷିକ ୭.୭% ହାରରେ ସୁଧ ମିଳିଥାଏ। ଏହି ସୁଧ ରାଶି ପ୍ରତିବର୍ଷ ବଢ଼ିଥାଏ। କିନ୍ତୁ ମ୍ୟାଚୁରିଟି ପରେ ହିଁ ଆପଣ ସମ୍ପୂର୍ଣ୍ଣ ରାଶି ପାଇପାରିବେ। ଏଥିରେ ଆପଣ ଯେତେ ଚାହିବେ ଟଙ୍କା ଜମା କରିପାରିବେ। ସେମିତି ଆହୁରି ଅନେକ ଯୋଜନା‌ ରହିଛି, ଯେଉଁଥିରେ ଆପଣ ନିବେଶ କରି ଲାଭବାନ୍‌ ହେବା ସହିତ ଆଖିଦୃଶିଆ ସୁଧ ହାର ପାଇପାରିବେ।