ଯନ୍ତ୍ର ଜଣାଇବ ନିଦର ଗଭୀରତା
ଆମେରିକାର ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦଳେ ଗବେଷକ-ବିଜ୍ଞାନୀ ଲାପ୍ଟପ୍ ଆକୃତିର ଏକ ଯନ୍ତ୍ର ତିଆରି କରିଛନ୍ତି। ଜଣେ ମଣିଷ ଗାଢ଼ ନିଦରେ ଶୋଇଛି କି ପତଳା ଦିନରେ ଶୋଇଛି କି˚ବା କେବଳ ଆଖି ବୁଜି ବିଛଣାରେ ପଡ଼ିରହିଛି, ସେହି ବାବଦରେ ଏହି ଯନ୍ତ୍ରଟି ସୂଚନା ଦେବ। ଏଥିରେ ରେଡିଓ ତରଙ୍ଗ ବ୍ୟବହାର କରାଯାଇଛି। ରେଡିଓ ତରଙ୍ଗ ମାଧ୍ୟମରେ ଶୋଇଥିବା ବ୍ୟକ୍ତିର ହୃଦ୍ସ୍ପନ୍ଦନ ତଥା ନିଃଶ୍ୱାସ-ପ୍ରଶ୍ୱାସରୁ ନିଦ ସଂପର୍କରେ ଜାଣିହେବ। ମୁଖ୍ୟତଃ ପାର୍କିନ୍ସନ୍, ଅଲ୍ଝାଇମର୍ସ୍ ଏବ˚ ଦୁଶ୍ଚିନ୍ତା କାରଣରୁ ନିଦ୍ରାହୀନତା ଭୋଗୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ସହାୟକ ହେବ।