ମୋବାଇଲ ପାଇଁ ମାଙ୍କଡ଼ ଓ ଶିଶୁ କନ୍ୟାଙ୍କ ମଧ୍ୟରେ ଟଣାଓଟରା

ନୂଆଦିଲ୍ଲୀ : ମାଙ୍କଡ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆ‌ରେ  ଭାଇରାଲ ହୋଇଛି। ଆଉ ସୋସିଆଲ ମିଡିଆ ବ୍ୟବହାରକାରୀ ବି ଏହାକୁ ବେଶ ପସନ୍ଦ ବି କରିଛନ୍ତି। ନିକଟରେ ମାଙ୍କଡ଼ ଓ ଜଣେ ଶିଶୁ କନ୍ୟାର  ଭିଡିଓ ଭାଇରାଲ ହୋଇଛି ।

ଏହି ଭିଡିଓରେ ଶିଶୁ କନ୍ୟା ଓ ମାଙ୍କଡ଼ ମୋବାଇଲ ପାଇଁ ପରସ୍ପର ସହ ଲଢୁଥିବା ଦେଖିବାକୁ ମିଳୁଛି । ମୋବାଇଲ ପାଇଁ ଦୁଇଜଣଙ୍କ ମଧ୍ୟରେ ଏକପ୍ରକାର ଝଣାଓଟରାା ଚାଲିଛି।  ଏହି ମଜାଦାର ଭିଡିଓକୁ ଜଣେ ଇନଷ୍ଟାଗ୍ରମ ବ୍ୟବହାରକାରୀ ତାଙ୍କ ସାଇଟରେ ସେୟାର କରିଛନ୍ତି ।

 

ଭିଡିଓରେ ଜଣେ ଛୋଟ ଝିଅ ଖଟ ଉପରେ ବସିଛି । ଏହାସହ ହାତରେ ଗୋଟିଏ ମୋବାଇଲ ବି ଧରିଛି । ଯାହାକୁ ଧରି ସେ ଖିଳୁଛି । ଠିକ ଏହି ସମୟରେ କେଉଁଆଡୁ ମାଙ୍କଡଟି ଡେଇଁ ଆସି ଝିଅ ପାଖରେ ବସିଯାଉଛି । ଏହାପ‌ରେ ମାଙ୍କଡଟି ଝିଅ ହାତରୁ ମୋବାଇଲ ଛଡାଇ ନେଇଯାଉଛି । କିନ୍ତୁ ଝିଅ ମୋବାଇଲ ଛାଡ଼ିବା ପାଇଁ ନାରାଜ। ଏହି ସୁନ୍ଦର ଓ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଯାଇଛି ଓ ଲୋକେ ବି ବହୁତ ପସନ୍ଦ କରୁଛନ୍ତି।

 

 

ସମ୍ବନ୍ଧିତ ଖବର