ଲକ୍ଷ୍ନୌ : ଅନେକ ସମୟରେ ରାସ୍ତାରୁ ବା ଏଟିଏମ୍‌ରୁ ଲୋକମାନଙ୍କୁ ଟଙ୍କା ଚୋରି କରୁଥିବା ଦେଖା ଯାଇଥାଏ । ବନ୍ଧୁକ ବା କୌଣସି ମାରଣାସ୍ତ୍ର ଦେଖାଇ ଅଭିଯୁକ୍ତମାନେ ଚୋରି କରିଥାନ୍ତି । ଯାହାର ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥାଏ । ତେବେ ଲକ୍ଷ୍ନୌର ଏକ ଟୋଲ ବୁଥ୍‌ରେ ଏକ ମାଙ୍କଡ଼ ୫,୦୦୦ ଟଙ୍କା ଚୋରି କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Advertisment


News Leak

ଭାଇରାଲ ହୋଇଥିବା ଭିଡିଓରେ, ଟୋଲ ବୁଥ୍‌କର୍ମୀ ଆଗରୁ ଏକ ଗାଡ଼ି ଆସୁଥିବା ଦେଖି କମ୍ପ୍ୟୁଟରରେ କିଛି ଟାଇପ୍‌ କରିବା ସମୟରେ ଗାଡ଼ିଟି ଆସି ଟୋଲ ବୁଥ୍‌କର୍ମୀଙ୍କ ସାମ୍ନାରେ ଅଟକୁଛି । ଏହା ପରେ କାର୍‌ ଭିତରୁ ଏକ ମାଙ୍କଡ଼ ହଠାତ୍‌ ବାହାରି ଆସି ଟୋଲ ବୁଥ୍‌କର୍ମୀଙ୍କ ବେକରେ ଚଢ଼ିଯିବା ସହ ପାଖରେ ରଖା ଯାଇଥିବା ୫,୦୦୦ଟଙ୍କା ଧରି ସେଠାରୁ ଚମ୍ପଟ ମାରୁଛି । ତେବେ ଏହି ଘଟଣା ପରେ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ମାଙ୍କଡ଼କୁ ଖୋଜିବା ଆରମ୍ଭ କରିଛି ପୁଲିସ ।