ଶୋଷ ମେଣ୍ଟାଇବା ପାଇଁ ଏହି ମାଙ୍କଡ଼ର ସଉକ୍‌ କ’ଣ ଜାଣନ୍ତୁ

ପାନିପତ: ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ ଶୋଷ ମେଣ୍ଟାଇବା ପାଇଁ ସମସ୍ତଙ୍କୁ ଜଳର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ହରିୟାଣାର ପାନିପତରେ ଏମିତି ଏକ ମାଙ୍କଡ଼ ରହିଛି ଯାହା ସହିତ ଏମିତି କିଛି ଘଟି ନଥାଏ। ପାନିପତରେ ରହୁଥିବା ଏହି ମାଙ୍କଡକୁ ଶୋଷ ଲାଗିଲେ ତୁରନ୍ତ ସେ ବାଇକ୍‌ କିମ୍ବା ଅନ୍ୟ କୌଣସି ଯାନରୁ ପେଟ୍ରୋଲ ବାହାର କରି ପିଇଥାଏ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାନିପତରେ କିଛିଦିନ ହେବ ଲୋକମାନଙ୍କ ବାଇକ୍‌ରୁ ଆପଣାଛାଏଁ ପେଟ୍ରୋଲ ଶେଷ ହେବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଛାନ୍‌ଭିନ୍‌ ଆରମ୍ଭ ହୋଇଥାଏ। ଛାନ୍‌ଭିନ୍‌ ସମୟରେ ଲୋକମାନଙ୍କ ସାମ୍ନାକୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଆସିଥିଲା। ଯାହାକୁ ଶୁଣିବା ପରେ ସମସ୍ତଙ୍କ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଯାଇଥିଲା।

ଛାନ୍‌ଭିନ୍‌ରେ ଜଣାପଡ଼ିଥିଲା କି, ମାଙ୍କଡ଼ ଯାନବାହାନରୁ ପେଟ୍ରୋଲ ବାହାର କରି ପିଇ ଦେଉଛି। ଏକ ସ୍ୱୟଂସେବକ ସଙ୍ଗଠନ ସଞ୍ଚାଳିତ କରୁଥିବା ଗୌରବ ଲିଖା କହିଛନ୍ତି, ଏହି ମାଙ୍କଡ଼ ଶୋଷ ମେଣ୍ଟାଇବା ପାଇଁ ପାଣି ପରିବର୍ତ୍ତେ ପେଟ୍ରୋଲ ପିଇଥାଏ। ଏହି ମାଙ୍ଗଡ଼କୁ କୌଣସି ଫଳମୂଳ ଯେପରି କଦଳୀ, ବାଦାମ ଇତ୍ୟାଦି ଖାଇବାକୁ ଦେଲେ ସେ ଖାଉ ନାହିଁ। ଏଯାବତ୍‌ ଏହି ମାଙ୍ଗଡ଼ କାହାରିକୁ କିଛି ହଇରାଣ ହରକତ କରି ନାହିଁ ବୋଲି ସ୍ଥାନୀୟଲୋକେ କହିଛନ୍ତି। ବାଇକ୍‌ରୁ ପେଟ୍ରୋଲ ଲୁଚାଇ ପାଣି ଭଳି ପିଉଥିବା ମାଙ୍କଡ଼ର ଏହି ଦୃଶ୍ୟକୁ କେତେଜଣ କ୍ୟାମେରାରେ ମଧ୍ୟ କୈଦ୍‌ କରିଛନ୍ତି। ଏହି ମାଙ୍କଡ଼କୁ ଦୁରସ୍ଥାନକୁ ଘଉଡାଇ ଦିଆଯାଇଛି। ଯାହାଫଳରେ ବାଇକ୍‌ରୁ ପେଟ୍ରୋଲ ଚୋରି ହେଉଥିବା ଘଟଣା ବନ୍ଦ ହୋଇଯାଇଛି।

କୌଣସି ବ୍ୟକ୍ତି ବାଇକ୍‌କୁ ଯଦି ଛିଡା କୌଣସି ସ୍ଥାନକୁ ଯାଇଥାଆନ୍ତି। ତେବେ ମାଙ୍କଡ଼ଟି ତତ୍‌କ୍ଷାଣାତ୍‌ ବାଇକ୍‌ର ପେଟ୍ରୋଲ ପାଇପ୍‌ ଖୋଲି ମନଶାନ୍ତି ହେଲା ପର୍ଯ୍ୟନ୍ତ ପେଟ୍ରୋଲ ପିଇଥାଏ। ଦେଖନ୍ତୁ ଏହି ଭିଡିଓରେ ମାଙ୍କଡର ପେଟ୍ରୋଲ ପିଇବା ଶୈଳୀକୁ…

 

ସମ୍ବନ୍ଧିତ ଖବର