ଗଛ ଉପରେ ମାଙ୍କଡ଼ ବସି ଉଡାଉଛି ଟଙ୍କା, ତଳେ ପଡିଥିବା ଟଙ୍କାକୁ ଖୁସିରେ ଗୋଟାଉଛନ୍ତି ଲୋକେ

ଲକ୍ଷ୍ମୌ: ଆପଣ ସର୍ବଦା ଶୁଣିଥିବେ ଟଙ୍କା ଗଛରେ ଫଳେ ନାହିଁ କି ଆକାଶରୁ ପଡେ ନାହିଁ। କିନ୍ତୁ ଉତ୍ତରପ୍ରଦେଶର ବନ୍ଦାୟୁଁରୁ ଯେଉଁ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ତାହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଇଯାଉଛି। ଭିଡିଓ ଓ ଫଟୋରେ ଦେଖିବାକୁ ମିଳୁଛି କି ଗଛ ଉପରୁ ଟଙ୍କା ପଡ଼ୁଛି ଓ ଲୋକମାନେ ତାହାକୁ ଗୋଟାଇବାରେ ଲାଗିଛନ୍ତି।

ବନ୍ଦାୟୁଁର ସହସବାନ ତହସିଲ ପରିସରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଏକ ମାଙ୍କଡ଼ ମଣିଷମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଏକ ମାଙ୍କଡ ଟଙ୍କାଭର୍ତ୍ତି ବ୍ୟାଗ ନେଇ ଗଛ ଉପରକୁ ଚଢ଼ି ଯାଇଛି ଏବଂ ନିଜ ଇଚ୍ଛା ମୁତାବକ ଟଙ୍କାଗୁଡ଼ିକୁ ତଳକୁ ଫିଙ୍ଗୁଛି।

ଜଣେ ବ୍ୟକ୍ତି କୌଣସି କାମରେ ଏହି ଟଙ୍କା ନେଇ ଯାଉଥିଲେ। ସେ  ଅନ୍ୟମନସ୍କ ଥିବା ବେଳେ ମାଙ୍କଡ଼ଟି ତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇ ଗଛ ଉପରକୁ ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର