ଅସୁବିଧାରେ ପଡ଼ିଥିବା ମାଙ୍କଡ଼ର ମଣିଷ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଏକ କୁକୁର ଛୁଆ ଉଦ୍ଧାର କଲା

ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଏକ ମାଙ୍କଡର ଭିଡିଓ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ପଶୁପକ୍ଷୀଙ୍କ ଭିଡିଓ ତିଆରି କରୁଥିବା ଲୋକମାନଙ୍କୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଇଥାଏ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ମାଙ୍କଡ଼ର ଭିଡିଓକୁ ଯିଏ ଦେଖୁଛି ସିଏ ଏହି ଭିଡିଓ ସୁଟ୍‌ କରିଥିବା ବ୍ୟକ୍ତିଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

मुसीबत में फंसे बंदर की कुत्ते ने की मदद,

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ମାଙ୍କଡର ଛୁଆ ଏକ କାଠ ଗଣ୍ଡି ମଧ୍ୟରେ ଫସି ଯାଇଛି। ଆଉ ସେଥିରୁ ସେ ବାହାରିବାକୁ ଅନେକ ଚେଷ୍ଟା କରୁଛି। କିନ୍ତୁ ଅସଫଳ ହେଉଛି। ତେବେ ଦୁଃଖର ବିଷୟ କି ଏଭଳି ଏକ ଦୃଶ୍ୟ ଦେଖୁଥିବା ସତ୍ତ୍ୱେ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ମାଙ୍କଡ଼ ଛୁଆକୁ ସେଠାରୁ ଉଦ୍ଧାର କରିବା ବ୍ୟତୀତ ଘଟଣାର ମଜା ନେଇ ଭିଡିଓ କରୁଥିଲେ। ତେବେ ସେହି ବାଟ ଦେଇ ଯାଉଥିବା ଏକ କୁକୁର ଛୁଆ ମାଙ୍କଡ଼କୁ ଏଭଳି କାଠ ଗଣ୍ଡି ମଧ୍ୟରେ ଫଶି ଯାଇଥିବା ଦେଖି ଦୌଡ଼ି ଯାଇ ସେଠାରୁ ଉଦ୍ଧାର କରିଥିଲା।

ଏହି ଭାଇରାଲ ଭିଡିଓକୁ ଫେସ୍‌ବୁକରେ‌ ପୋଷ୍ଟ କରିଥିବା ଗଣେଶ ଜୋଶୀ ନାମକ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମଣିଷ କେତେ ସ୍ୱାର୍ଥପର ହୋଇଯାଇଛି। ଛୋଟ ମାଙ୍କଡ଼ ଛୁଆଟେ କିଭଳି ଭାବେ କାଠ ଗଣ୍ଡି ମଧ୍ୟରେ ଫସି ରହିଛି, ତାହାକୁ ସେଠାରୁ ବାହାର କରିବା ପରିବର୍ତ୍ତେ ବ୍ୟକ୍ତି ଜଣକ ଭିଡିଓ ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧିତ ଖବର