ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ପୋଷ୍ଟ ହୋଇଛି ଓ ହେଉଛି ମଧ୍ୟ। ଏହି କ୍ରମରେ ଏକ ମାଙ୍କଡ଼ ଓ ପୁଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହେବାରେ ଲାଗିଛି। ପୁଣିଥରେ କହିବାର ଅର୍ଥ ଭିଡିଓ ଟି ପୁରୁଣା ହୋଇଥିବା ଏବେ ପୁର୍ନବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  

Advertisment

ଏହି ଭାଇରାଲ ଭିଡିଓରେ, ଆପଣ ଦେଖିପାରିବେ ଯେ ଜଣେ ଇନ୍ସପେକ୍ଟର ପୁଲିସ ଷ୍ଟେସନରେ ଏକ ଚେୟାରରେ ବସି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କାମ କରୁଛନ୍ତି ।ଏହି ସମୟରେ ଏକ ମାଙ୍କଡ ଆସି  ତାଙ୍କ କାନ୍ଧରେ ବସି ମୁଣ୍ଡରୁ ଉକୁଣି ବାହାର କରୁଥିବା ଭଳି କାର୍ଯ୍ୟକଳାପ କରୁଛି।

ପୁଲିସ ଅଧିକାରୀଙ୍କ କାନ୍ଧରେ ମାଙ୍କଡ଼ ଟି ଯେଉଁଭଳି ଭାବେ ବସିଛି ତାହାକୁ ଦେଖି ଲୋକେ ପ୍ରଶ୍ନ କରୁଛନ୍ତି ପୁଲିସ ଷ୍ଟେସନ ଭିତରକୁ ମାଙ୍କଡ଼ ଆସିଲା କେମିତି? ଅଧିକାରୀ ଜଣକ ଏ ଘଟଣାରେ ଭୟ ନକରି କେମିତି ନିଶ୍ଚିନ୍ତରେ ତାଙ୍କ କାମ କରି ପାରୁଛନ୍ତି?