ବହି ଯାଉଥିବା ପାଣିକୁ ଶୁଖିଲା ପତ୍ର ସାହାଯ୍ୟରେ ଅଟକାଇବାକୁ ଏପରି ଚେଷ୍ଟା କରୁଛି ମାଙ୍କଡ଼, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଜଳ ସଙ୍କଟକୁ ଦୃଷ୍ଟିରେ ରଖି ବିଭିନ୍ନ ଉପାୟରେ କିପରି ଜଳ ସଂରକ୍ଷଣ କରାଯାଇ ପାରିବ ତାହାକୁ ନେଇ ଅନେକ ସମୟରେ ସଚେତନ କାର୍ଯ୍ୟକ୍ରମ କରାଯାଇଥାଏ। ଏବେ ତ ଦେଶରେ ଏହି ସମସ୍ୟା ହଟାଇବା ପାଇଁ ବିଶେଷ ଜଳଶକ୍ତି ମନ୍ତ୍ରାଳୟ ବି ପ୍ରସ୍ତୁତ କରାଯାଇଛି। ଏସବୁ ସତ୍ତ୍ୱେ ଲୋକମାନେ ଏହି ଜଳସଙ୍କଟକୁ ଗମ୍ଭୀରତା ସହ ନେଉ ନ ଥିବା ଦେଖିବାକୁ ମିଳିଛି ।

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ମାଙ୍କଡ଼ର  ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି କି ମାଙ୍କଡ଼ କିପରି ପାଇପ୍‌ରୁ ବୋହି ଯାଉଥିବା ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛି।  ଟୁଇଟର ବ୍ୟବହାରକାରୀ ନୀହାରିକା ସିଂହ ପଂଜେତା ୧୪ ସେକେଣ୍ଡର ଏହି ଭଡିଓକୁ ଟୁଇଟରରେ ସେୟାର କରିଛନ୍ତି। ଯାହା ବହୁତ ପ୍ରେରଣା ଦାୟକ ଭିଡିଓ ବୋଲି କୁହାଯାଉଛି। ବ୍ୟବହାରକାରୀ ମାଙ୍କଡ଼କୁ ହିରୋ ବୋଲି କହୁଛନ୍ତି ।

ନୀହାରିକା ସିଂହ ପଂଜେତା ଭିଡିଓ ସେୟାର କରି ଲେଖିଛନ୍ତି, ପଶୁପକ୍ଷୀ କେତେ କ’ଣ କରି ପାରୁଛନ୍ତି, କିନ୍ତୁ ମନୁଷ୍ୟକୁ କ’ଣ ହୋଇଛି କିଛି ବୁଝି ହେଉ ନାହିଁ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ଏକ ଭଙ୍ଗା ପାଇପ୍‌ରୁ ପାଣି ବୋହି ଯାଉଛି। ପାଣି ବୋହି ଯାଉଥିବା ଦେଖି ଏକ ମାଙ୍କଡ଼ ଧାଇଁ ଆସି ତଳେ ପଡ଼ିଥିବା ଶୁଖିଲା ପତ୍ର ସାହାଯ୍ୟରେ ସେହି ବହି ଯାଉଥିବା ପାଣିକୁ ଅଟକାଇବା ପାଇଁ ଚେଷ୍ଟା କରୁଛି। ଏହି ଭିଡିଓକୁ ଏଯାବତ୍ ୩୦୦୦ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୫୦୦ରୁ ଅଧିକ ଲାଇକ୍ସ ମିଳିଛି।

ସମ୍ବନ୍ଧିତ ଖବର