ମୃତ୍ୟୁର ୮୦ ବର୍ଷ ପରେ ବି ଜଣେ ବୌଦ୍ଧ ଭିକ୍ଷୁଙ୍କ ମୃତ ଶରୀର ଟିକେ ବି ନଷ୍ଟ ନ ହୋଇ ସତେଜ ରହିଛି। ଏପରି ଏକ ଘଟଣା ମସ୍କୋର ବୁରତିୟାରୁ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରି ଦେଇଛି। ତେବେ ଏନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

୧୯୨୭ରେ ଏଠାରେ ଏକ ବୌଦ୍ଧ ଭକ୍ଷୁଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ମୃତ୍ୟୁ ହେବା ପୂର୍ବରୁ ଦାଶୀ ଦୋରଜୋ ଇତିଯୋଲବ ନାମକ ଏହି ଭିକ୍ଷୁ ତାଙ୍କ ସମର୍ଥକଙ୍କ ପାଇଁ ଏକ ପତ୍ର ଲେଖି ଛାଡିଯାଇଥିଲେ। ବୌଦ୍ଧ ଭିକ୍ଷୁ ଛାଡିଯାଇଥିବା ପତ୍ରରେ ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ କବରରୁ ବାହାର କରିବାର ତାରିଖ ଲେଖା ରହିଥିଲା। ଭିକ୍ଷୁ ପତ୍ରରେ ଲେଖିଥିଲେ ୧୯୫୫ରେ ତାଙ୍କ ମୃତ ଶରୀରକୁ କବରରୁ ବାହାରକୁ ବାହାର କରାଯିବ। ବର୍ଷ ପରେ ବର୍ଷ ବିତି ଯାଇଥିଲା। ଭିକ୍ଷୁଙ୍କ ସମର୍ଥକମାନେ ପତ୍ରରେ ଲେଖାଥିବା କଥାକୁ ଭୁଲିନଥିଲେ। ଠିକ ୫୫ ବର୍ଷ ପରେ ଅର୍ଥାତ ୧୯୫୫ ମସିହାରେ ଭିକ୍ଷୁଙ୍କ ମୃତ ଶରୀରକୁ କବରରୁ ବାହାର କରାଯାଇଥିଲା। ଆଉ ତା’ପରେ ଭିକ୍ଷୁଙ୍କ ସମର୍ଥକମାନେ ଯାହା ଦେଖିଥିଲେ ତାହା ସମ୍ପୂର୍ଣ୍ଣ ଅବିଶ୍ୱସନୀୟ ଥିଲା।

publive-image

ମୃତ୍ୟୁର ୫୫ ବର୍ଷ ପରେ ବି ଭିକ୍ଷୁଙ୍କ ମୃତ ଶରୀର ଏକଦମ ଠିକ ଥିଲା। ସାଧାରଣତଃ ଯଦି ଦେଖାଯାଏ ତେବେ ୫୫ ବର୍ଷ ଗୋଟେ ମୃତ ଶରୀର କବରରେ ରହିବା ପରେ ତାର ଅବଶେଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା କଥା କିନ୍ତୁ ଏଠାରେ ଭିକ୍ଷୁଙ୍କ ମୃତ ଶରୀର ଟିକେ ବି ନଷ୍ଟ ହୋଇନଥିଲା। କେବଳ ସେତିକି ନୁହେଁ ୧୯୫୫ ମସିହା ପରେ ଭିକ୍ଷୁଙ୍କ ଶବକୁ ୧୯୭୩ ଏବଂ ୨୦୦୨ରେ ପୂନର୍ବାର ବାହାର କରାଯାଇଥିଲା। ତେବେ ଏନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୮୦ ବର୍ଷ ପରେ ବି ମୃତ ଶରୀର ସମ୍ପୂର୍ଣ୍ଣ ଭାବେ ଠିକ ରହିଛି।

ବୈଜ୍ଞାନିକଙ୍କ କହିବା ଅନୁସାରେ, ବୋଧ ହୁଏ ଭିକ୍ଷୁଙ୍କ ଶରୀରକୁ କିଛି କେମିକାଲ କିମ୍ବା ଅନ୍ୟ କୌଣସି ଦ୍ରବ୍ୟର ଲେପ କରାଯାଇ ରଖାଯାଇଛି। ଯାହା ଫଳରେ ୮୦ ବର୍ଷ ପରେ ବି ମୃତ ଶରୀର ସମ୍ପୂର୍ଣ୍ଣ ଭାବେ ଠିକ ରହିଛି । ଠିକ ସେହିଭଳି ଭିକ୍ଷୁଙ୍କ ସମର୍ଥକଙ୍କ କହିବା ଅନୁଯାୟୀ ତାଙ୍କ ଶରୀରକୁ ସାଧାରଣ ଭାବେ କବରରେ ପୋତା ଯାଇଥିଲା। ପୋତିବା ସମୟରେ କୌଣସି ପ୍ରକାର କେମିକାଲ ଦ୍ରବ୍ୟର ବ୍ୟବହାର କରାଯାଇନଥିଲା।