ସପ୍ତାହକୁ ଏତିକି ଘଣ୍ଟାରୁ ଅଧିକ କାମ କରୁ ନାହାନ୍ତି ତ? ହୋଇପାରନ୍ତି ଚନ୍ଦାପଣର ଶିକାର

ନୂଆଦିଲ୍ଲୀ : ଆଜିକାଲି ଚନ୍ଦାପଣ ଏକ ବଡ଼ ସମସ୍ୟା ପାଲଟିଛି । କାର୍ଯ୍ୟବ୍ୟସ୍ତତା ହେତୁ ଲୋକେ ନିଜ କେଶର ଯତ୍ନ ନେବା ପାଇଁ ସମୟ ପାଉ ନଥିବା ବେଳେ କେଶ ଦୁର୍ବଳ ହୋଇ ଝଡ଼ିବା ଭଳି ସମସ୍ୟା ଦେଖା ଦେଉଛି । ଏ ନେଇ ଅନେକ ପରୀକ୍ଷା ନିରୀକ୍ଷା ଚାଲିଥିବା ବେଳେ ସପ୍ତାହକୁ ୫୨ଘଣ୍ଟାରୁ ଅଧିକ କାମ କଲେ ଚନ୍ଦାପଣ ଦେଖାଦେବ ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଦକ୍ଷିଣ କୋରିଆର ରାଜଧାନୀ ସିୟୋଲରେ ଥିବା ସୁଙ୍ଗ୍‌କ୍ୟୁଓ୍ଵାନ୍‌ ୟୁନିଭର୍‌ସିଟି ସ୍କୁଲ ଅଫ୍‌ ମେଡିସିନ୍‌ର ଗବେଷକମାନେ ଏହି କାରଣ ଖୋଜି ବାହାର କରିଥିବା ଜଣା ପଡ଼ିଛି ।

Image result for hair-fall in man
WebMD

ଏହି ଗବେଷଣାରେ ପୁରୁଷମାନେ କେତେ ଘଣ୍ଟା କାମ କରୁଛନ୍ତି ଏବଂ ସେହି ଅନୁସାରେ ତାଙ୍କର କେଶ କେତେ ଝଡ଼ୁଛି, ତାହା ଦେଖାଯାଇଥିଲା । ଗବେଷଣା ପରେ ଯେଉଁ ପୁରୁଷମାନେ ୫୨ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି, ସେମାନଙ୍କ କେଶ ୪୦ଘଣ୍ଟା ବା ତା’ଠାରୁ କମ ସମୟ କାମ କରୁଥିବା ପୁରୁଷଙ୍କଠାରୁ ଅଧିକ ଝଡ଼ୁଛି । ପ୍ରାୟ ୧୩,୦୦୦ପୁରୁଷଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା । ଅଧିକ ସମୟ କାମ ସହ ଅବସାଦଗ୍ରସ୍ତ ହେଉଥିବାରୁ ପୁରୁଷମାନଙ୍କ କେଶ ଝଡ଼ିବାକୁ ଲାଗିଥାଏ । ଯାହାଦ୍ୱାରା ସେମାନେ ଚନ୍ଦାପଣର ଶିକାର ହୋଇଥାନ୍ତି ।

ସମ୍ବନ୍ଧିତ ଖବର