କେବଳ ଜଣେ ମହିଳା ହିଁ ସନ୍ତାନ ପ୍ରସବ କରିପାରନ୍ତି।ଏକଥା ଆମ ସମସ୍ତଙ୍କୁ ଜଣା। କିନ୍ତୁ ଆପଣ କ’ଣ ଜାଣନ୍ତି କି କିନ୍ନର ବି ମାଆ ହେଉଛନ୍ତି।କିନ୍ନର ତ ମହିଳା ନୁହଁନ୍ତି,ପୁଣି କେମିତି ଏହା ସମ୍ଭବ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ।
ଆପଣ ଜାଣି ବିସ୍ମିତ ହେବେ ଯେ,ରାଜସ୍ଥାନରେ ଏଭଳି ଏକ ମସଜିଦ୍ ଅଛି,ଯେଉଁଠାରେ ଆଶୀର୍ବାଦ ପ୍ରାପ୍ତ କରିଲେ,କିନ୍ନର ବି ସନ୍ତାନ ଜନ୍ମ ଦେଉଛନ୍ତି।
ରାଜସ୍ଥାନର ଆଜମେର୍ ଜିଲ୍ଲାରେ ଥିବା ମହମ୍ମଦ ଶରିଫ୍ ମସଜିଦ୍ରେ ଏଭଳି ଚମତ୍କାର ଘଟୁଥିବା କୁହାଯାଉଛି। ଏଠାରୁ ହଜାର ହଜାର ଲୋକ ଆସି ମାନସିକ କରିଥାନ୍ତି। ତାହା ପୂରଣ ହୋଇଥାଏ ଏବଂ ମାନସିକ ପୂରଣ ହେବାପରେ ସେମାନେ ପୁଣି ଏହି ମସଜିଦ୍କୁ ଆସିଥାନ୍ତି ବୋଲି କୁହାଯାଏ।
/sambad/media/post_attachments/wp-content/uploads/2019/02/maxresdefault908.jpg)
କିନ୍ନରମାନେ ବି ଏଠାକୁ ଆସିଥାନ୍ତି। ଆଜମେରର ଏହି ମସଜିଦ୍କୁ ସବୁଠାରୁ ଅଧିକସଂଖ୍ୟକ କିନ୍ନର ହିଁ ଆସିଥାନ୍ତି। ଏଠାରେ ମୀରା ସୟଦ୍ ହୁସେନ୍ ଶିଂହଗସବାରଙ୍କର ଏକ ମସଜିଦ୍ ବି ଅଛି। ସେଠାରେ ଏକ ଲାଲ ବୁନ୍ଦୀ ଗଛ ରହିଛି। ସେହି ଗଛର ଫଳ ଖାଇଲେ ସନ୍ତାନ ପ୍ରାପ୍ତି ଅବଶ୍ୟ ହୋଇଥାଏ ବୋଲି କୁହାଯାଏ। ଜଣେ କିନ୍ନର ଏହି ଫଳ ଖାଇଥିଲେ।ତାପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/masjid.jpg)