ନୂଆଦିଲ୍ଲୀ: ମଶା କାମୁଡ଼ିବା ଆମ ପାଇଁ ଏକ ସାଧାରଣ କଥା ହୋଇଥାଏ। ମଶା କାମୁଡ଼ିଲା ପରେ ସାମାନ୍ୟ କୁଣ୍ଡାଇ ହେଉଥିବା ବେଳେ ଆଉ କେତେକଙ୍କର ସେହି ସ୍ଥାନଟି ଘା’ ଭଳି ହୋଇ ଯାଇଥାଏ। ଯାହାକି ଦୁଇତିନି ଦିନ ମଧ୍ୟରେ ଭଲ ହୋଇଯାଇଥାଏ। ତେବେ କାମ୍ବୋଡିଆରେ ଜଣେ ଯୁବକଙ୍କୁ ମଶା କାମୁଡ଼ିବାର ପରିଣାମ ବହୁତ କଷ୍ଟ ଦେଇଛି।

Advertisment

ମଶା କାମୁଡ଼ିବା ଦ୍ବାରା ତାଙ୍କ ଗୋଡ଼ ସାଧାରଣ ଆକାର ଠାରୁ ୫ଗୁଣ ବଡ଼ ହୋଇ ଯାଇଥିଲା। ଯେଉଁଥିପାଇଁ ଯୁବକଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ୁଥିବା ବେଳେ ପୁଅର ଏଭଳି ଅବସ୍ଥା ଦେଖି ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।


<p>बोंग ने कहा कि पहले ये एक छोटा सा घांव था। उनके माता-पिता ने भी इसे नजरअंदाज कर दिया क्योंकि उन्हें लगा कि ये नॉर्मल सी खरोंच है। लेकिन  धीरे-धीरे ये ट्यूमर में बदल गया। </p></p>
<p>

ଉକ୍ତ ଯୁବକଙ୍କ ନାମ ହେଉଛି ବଙ୍ଗ ଥେଟ ଓ ବୟସ ୨୭ବର୍ଷ। ବଙ୍ଗଙ୍କୁ ମାତ୍ର ୬ବର୍ଷ ହୋଇଥିବା ବେଳେ ତାଙ୍କ ଗୋଡ଼କୁ ଏକ ମଶା କାମୁଡ଼ି ଦେଇଥିଲା। ମଶା କାମୁଡ଼ି ଦେଇଥିବା ସ୍ଥାନଟି କିଛି ସମୟ ପରେ କୁଣ୍ଡାଇ ହେବାରୁ ବଙ୍ଗ ତାହାକୁ ଜୋରରେ କୁଣ୍ଡାଇ ଦେଇଥିଲେ। ତା’ ପରଦିନ ସକାଳେ ସେହି ସ୍ଥାନରେ ଏକ କ୍ଷତ ସୃଷ୍ଟି ହୋଇଥିଲା। ପରିବାର ଲୋକେ ଭାବିଲେ ପିଲାଟି ବୋଧହୁଏ ସେହି ସ୍ଥାନକୁ ଜୋରରେ କୁଣ୍ଡାଇ ଦେବାରୁ ଏଭଳି କ୍ଷତ ସୃଷ୍ଟି ହୋଇଛି। ‌ତେଣୁ ଏହାକୁ ସେମାନେ ଏତେ ଗୁରୁତ୍ବର ସହ ନେଇ ନ ଥିଲେ।

କିନ୍ତୁ ଧୀରେଧୀରେ ବଙ୍ଗଙ୍କ ଗୋଡ଼ର ଯେଉଁ ସ୍ଥାନରେ ମଶା କାମୁଡ଼ି ଥିଲା ସେହି ସ୍ଥାନଟି ଫୁଲିବାକୁ ଲାଗିଲା। ଦେଖୁଦେଖୁ ତାଙ୍କ ଗୋଡ଼ ସ୍ବାଭାବିକଠାରୁ ପ୍ରାୟ ୫ଗୁଣ ମୋଟା ହୋଇଯାଇଥିଲା।


<p>गरीबी से जूझ रहे बोंग के माता - पिता मजदूरी का काम करते थे। उनके पास बेटा का इलाज करवाने तक के लिए पैसे नहीं थे।</p></p>
<p>

ବଙ୍ଗଙ୍କ ପରିବାରର ଆର୍ଥିକସ୍ଥିତି ଏତେଟା ଠିକ ନ ଥିବାରୁ ପୁଅକୁ ହସ୍ପିଟାଲ ନେଇ ଡାକ୍ତରଙ୍କୁ ଦେଖାଇ ପାରି ନ ଥିଲେ। ତେବେ ବହୁତ ଦିନ ପରେ ଜଣେ ଭଦ୍ର ମହିଳାଙ୍କ ସାହାଯ୍ୟରେ ବଙ୍ଗ ଡାକ୍ତରଙ୍କ ପାଖକୁ ଯାଇଥି‌‌ଲେ। ଡାକ୍ତର ଗୋଡ଼ର ପରୀକ୍ଷା କରିବା ପରେ ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହିଥିଲେ। କାରଣ ବଙ୍ଗ ଫାଇଲେସିରିଆସିସ ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଥିଲେ।

ଫାଇଲେସିରିଆସିସ ରୋଗ ଏକ ପ୍ରକାର ପରଜୀବୀ ଦ୍ବାରା ହୋଇଥାଏ। ତେଣୁ ବଙ୍ଗଙ୍କ ଗୋଡ଼କୁ ମଶା କାମୁଡ଼ିବା ଦ୍ବାରା ସେହି ପରଜୀବୀ ତାଙ୍କ ଦେହ ଭିତରକୁ ଚାଲି ଯାଇଥିବ ବୋଲି ଡାକ୍ତର କହିଛନ୍ତି।