ମଦୁରାଇ ସହରରେ ଦୈନିକ ମଶା ଶୋଷୁଛନ୍ତି ୧୦୦ ଲିଟର ରକ୍ତ

ମଦୁରାଇ: ମଦୁରାଇ ସହରରେ ଥିବା ପ୍ରାୟ ୪୦ ପ୍ରଜାତିର ମଶା ସହରବାସୀଙ୍କ ଦେହରୁ ଦୈନିକ ୧୦୦ ଲିଟର୍‌ ରକ୍ତ ଶୋଷୁଛନ୍ତି। ନିକଟରେ ଆମେରିକୀୟ କଲେଜରେ ‘ଏମର୍ଜିଙ୍ଗ୍‌ ଟ୍ରେଣ୍ଡ୍‌ସ୍‌ ଇନ୍‌ ଏଣ୍ଟୋମୋଲୋଜି’ ଉପରେ ଅନୁଷ୍ଠିତ ଏକ ଜାତୀୟ ସମ୍ମିଳନୀରେ କୁହାଯାଇଛି।

କଲେଜର ପ୍ରାଣୀବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ଡକ୍ଟର୍‌ ଆର୍‌ ସେଲବରାଜ ପାଣ୍ଡିଆନ୍‌, ସହରୀକରଣ ଯୋଗୁଁ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଛି। ସହରକୁ ଆସିବା ପୂର୍ବରୁ ସେମାନେ ଥଣ୍ଡା ଗ୍ରାମୀଣ ପରିବେଶରେ ରହୁଥିଲେ। ମଶାଙ୍କ ଉପରେ ଡକ୍ଟର ପାଣ୍ଡିଆନ୍‌ ୩୦ ବର୍ଷ ହେବେ କାମ ଗବେଷଣା କରୁଛନ୍ତି। ସେ କହନ୍ତି- ମଦୁରାଇରେ ପାଞ୍ଚ କିସମ ମଶା ଯଥା:- ଏଡିସ୍‌, ଆର୍ମିଗର୍ସ, ଏନୋଫିଲ୍‌ସ୍‌, କ୍ୟୁଲେକ୍ସ୍‍ ଏବଂ ମାନସୋନିଆ ଦେଖାଯାଆନ୍ତି।

ସହରର କେତେକ ଅଞ୍ଚଳରେ ଗୋଟିଏ ଗୋଟିଏ ପ୍ରଜାତିର ମଶା ବିପୁଳ ପରିମାଣରେ ଦେଖା ଯାଆନ୍ତି। ଉଦାହରଣ ସ୍ୱରୂପ ସାଉଥ୍‌ ଗେଟ୍‌ ଏବଂ ଅନ୍ୟ ଅଞ୍ଚଳରେ ୫ ପ୍ରଜାତିର ମଶା ଦେଖା ଯାଆନ୍ତି।

ବିନା ଖାଦ୍ୟରେ ଏକାଦିକ୍ରମେ ୧୦ ଦିନ ଯାଏଁ ବଞ୍ଚି ପାରୁଥିବା ଏହି ମଶାଗୁଡ଼ିକ ମଣିଷମାନଙ୍କ ଦ୍ୱାରା କାର୍‌, ବସ୍‌ ଏବଂ ଟ୍ରେନ୍‌ରେ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ପାରନ୍ତି। କୌଣସି ଏକ ସ୍ଥାନରେ ପହଞ୍ଚିଯିବା ପରେ ସେଠାରେ ଅଣ୍ଡା ଦେଇ ନିଜର ବଂଶ ବିସ୍ତାର କରନ୍ତି। ବଂଶ ବିସ୍ତାର ଲାଗି ମଶା ପ୍ରାୟ ୧୫ ଦିନ ସମୟ ନିଅନ୍ତି।

ମେଲାବାସାଲ, କୁକୁବିକରନ ସାଲାଇ ଏବଂ ନରିମେଡୁ ଆଦି ସ୍ଥାନରେ ବିନା ମଶାରିରେ ଶୋଉଥିବା ଲୋକମାନଙ୍କୁ ଅଧିକ ମଶା କାମୁଡ଼ନ୍ତି। ଗୋଟିଏ ଦଶନ୍ଧି ତଳେ ସେ ସବୁ ସ୍ଥାନରେ ପ୍ରତି ଲୋକଙ୍କୁ ଦୈନିକ ପ୍ରାୟ ୧୦୦୦ ଥର ମଶା କାମୁଡୁ ଥିଲେ।

ସମ୍ବନ୍ଧିତ ଖବର