ଦୁନିଆର ସବୁଠାରୁ ବିଷାକ୍ତ ଛତୁ : ଖାଇବା ତ ଦୂରର କଥା ଛୁଇଁଲେ ହେବ ରୋଗ

ଛତୁ ଏକ ଏମିତି ଖାଦ୍ୟ, ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ବର୍ଷାଦିନେ ଏହା ସଢ଼ି ଯାଇଥିବା କାର୍ବନିକ ପଦାର୍ଥ ଉପରେ ଆପେ ଆପେ ଉଠିଥାଏ । କିନ୍ତୁ ଏବେ ଦେଶ-ବିଦେଶରେ ଏହାକୁ ଚାଷ କରାଯାଇ ଉତ୍ପାଦନ କରାଯାଉଛି । ଛତୁ ଅନେକ ପ୍ରକାରର ରହିଛି । ସେ ମଧ୍ୟରୁ କିଛି ଲୋକେ ଖାଇଥାନ୍ତି ଏବଂ କିଛି ଛତୁକୁ ଖାଇବାକୁ ମନା ହୋଇଥାଏ । କିନ୍ତୁ ଏବେ ଗବେଷଣାକାରୀ ଏକ ବିଷାକ୍ତ ଛତୁ ପ୍ରଜାତିକୁ ଖୋଜି ବାହାର କରିଛନ୍ତି, ଯାହାକୁ ଛୁଇଁବା ମାତ୍ରେ ଲୋକ ରୋଗଗ୍ରସ୍ତ ହୋଇ ଯାଆନ୍ତି ।

दुनिया का सबसे जहरीला 'मशरूम'
amarujala.com

ଲାଲ ରଙ୍ଗର ଏହି ବିଷାକ୍ତ ଛତୁ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି । ପୂର୍ବରୁ ଏହା ଜାପାନ ଓ ଦକ୍ଷିଣ କୋରିଆରେ ଦେଖିବାକୁ ମିଳିଥିଲା । ଯାହାକୁ ଖାଇ କିଛି ଲୋକ ମୃତ୍ୟୁବରଣ କରିଥିଲେ । ପାରମ୍ପାରିକ ଚିକିତ୍ସାରେ ବ୍ୟବହାର କରାଯାଉଥିବା ଛତୁ ବୋଲି ଭାବି ଲୋକେ ଏହାକୁ ଚା’ରେ ମିଶାଇ ପିଇ ଦେଇଥିଲେ । ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ଖାଇବା ଦ୍ୱାରା ମଣିଷ ଶରୀରର ଅଙ୍ଗ କାମ କରିବା ବନ୍ଦ କରି ଦେଇଥାଏ । ଏହା ସହ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରି ଦେଇଥାଏ । ଏହାକୁ ନ ଖାଇ କେବଳ ଛୁଇଁବା ଦ୍ୱାରା ମଧ୍ୟ ଏହା ଚର୍ମ ସାହାଯ୍ୟରେ ଶରୀର ମଧ୍ୟକୁ ପ୍ରବେଶ କରି ଯାଇଥାଏ ।

ସମ୍ବନ୍ଧିତ ଖବର