ଚୁକ୍ତିପତ୍ରରେ ଦସ୍ତଖତ କରି ନିର୍ବନ୍ଧ କଲେ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର, ରହିଛି ୩ଟି ଚୁକ୍ତି

ନୂଆଦିଲ୍ଲୀ:୨୦୧୫ ବ୍ୟାଚର ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ପୁଣି ବାହା ହେବାକୁ ଯାଉଛନ୍ତି ବୋଲି ତ ଆପଣ ଜାଣିଛନ୍ତି। ସେ ଡା.ମେହରିନ କାଜିଙ୍କ ସହ ନିର୍ବଦ୍ଧ କରି ସାରିଛନ୍ତି। ଆଗାମୀ ଅକ୍ଟୋବର ମାସରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ଆଥାରଙ୍କ ନିର୍ବନ୍ଧ ବେଳର ଏକ ଭିଡିଓ ଖୁବ୍ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଆଥାରଙ୍କ ଶାଳୀମାନେ ତାଙ୍କୁ କିଛି ଚୁକ୍ତି ରହିଥିବା ଏକ ଚୁକ୍ତିପତ୍ରରେ ଦସ୍ତଖତ କରାଉଛନ୍ତି। ଅବଶ୍ୟ ଏହା ଏକ ମଜାଦାର୍‌ ଚୁକ୍ତିପତ୍ର। ସେଥିରେ କ’ଣ ଲେଖା ଅଛି ଜାଣିଲେ ଆପଣ ବି ନିଜ ହସ ରୋକିପାରିବେ ନାହିଁ।

 

ସେଥିରେ ଲେଖା ଅଛି ଆଥ‌ାର ସବୁବେଳେ ସ୍ବୀକାର କରିବେ ଯେ ମେହରିନ ସବୁବ‌େଳେ ଠିକ୍‌, ସେ ବର୍ଷରୁ ୨-୩ ଥର ମେହେରିନ୍‌ଙ୍କୁ ‌ବିଦେଶ ବୁଲାଇବାକୁ ନେବେ, ମେହେରିନ୍‌ ଯେବେ, ଯାହା ଚାହିଁବେ ଆଥାର ତାଙ୍କୁ କିଣି ଦେବେ’। ଆଥାର୍‌ ବି ଏହି ଚୁକ୍ତିପତ୍ର ପଢ଼ିବା ପରେ ହସି ହସି ସେଥିରେ ଦସ୍ତଖତ କରିଛନ୍ତି। ଏହି ମଜାଦାର୍‌ ମୁହୂର୍ତ୍ତର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଇଛି।

ସମ୍ବନ୍ଧିତ ଖବର