ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ବିଚିତ୍ର ବିବାହ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବାହ ଯୋଜନା ଅଧିନରେ ନିକଟରେ ଗୋରଖପୁରର ପିପରୌଲି ବ୍ଲକରେ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ବିବାହରେ ମୋଟ ୬୩ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ସାମୂହିକ ବିବାହ କାର୍ଯ୍ୟକ୍ରମରେ ମା’ ଓ ଝିଅଙ୍କ ବିବାହ ହୋଇଥିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସାମୂହିକ ବିବାହକାର୍ଯ୍ୟକ୍ରମରେ ବେଲା ଏବଂ ଜଗଦୀଶଙ୍କ ବିବାହ ସବୁଠୁ ଚର୍ଚ୍ଚାରେ ରହିଥିଲା।
ଘଟଣା ଟି ହେଉଛି ଏପରି ପିପରୌଲି ବ୍ଲକର କୁରମୌଲ ଗାଁର ୫୫ବର୍ଷୀୟ ଜଗଦୀଶ ୩ଭାଇଙ୍କ ମଧ୍ୟରୁ ସବୁଠୁ ସାନ। ସେ ଗାଁରେ ଚାଷବାସ କାମ କରନ୍ତି। ଜଗଦୀଶ ବିବାହ କରି ନଥିଲେ। ପାଖାପାଖି ୨୫ବର୍ଷ ତଳେ ବଡ଼ ଭାଇ ହରିହରଙ୍କ ପରଲୋକ ହୋଇ ଯାଇଥିଲା। ତାଙ୍କର ୨ଟି ପୁଅ ଏବଂ ୩ଟି ଝିଅ ଥିଲେ।
ଜଗଦୀଶଙ୍କ ଭାଉଜ ବେଲା ଦେବୀ ସବୁ ପିଲାଙ୍କୁ ପାଠ ପଢ଼ାଇ ବଡ଼ କରିଥିଲେ। ୨ପୁଅ ଏବଂ ୨ଝିଅଙ୍କ ବିବାହ ମଧ୍ୟ କରାଇଥିଲେ। ତୃତୀୟ ଏବଂ ସବୁଠୁ ସାନ ଝିଅ ଇନ୍ଦୁଙ୍କ ବିବାହ ପିପରୌଲି ବ୍ଲକରେ ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ହେବାକୁ ସ୍ଥିର ହୋଇଥିବାବେଳେ ଜଗଦୀଶ ଏବଂ ବେଲା ମଧ୍ୟ ସବୁଦିନ ପାଇଁ ପରସ୍ପରର ହେବାକୁ ନିଷ୍ପତ୍ତି ନେଇଥିଲେ।
/sambad/media/post_attachments/wp-content/uploads/2020/12/xgorakhpur2-1607672950.jpg.pagespeed.ic_.ASxhMF2Coq-300x169.jpg)
ଦୁହେଁ ନିଜ ପିଲା ଏବଂ ଗାଁଲୋକଙ୍କଠୁ ମଧ୍ୟ ଏ ମାମଲାରେ ରାୟ ନେଇଥିଲେ। ସମସ୍ତେ ଏଥିରେ ସହମତ ହୋଇଥିଲେ। ଏହାପରେ ଗୁରୁବାର ବେଲା ଏବଂ ଜଗଦୀଶ ମଧ୍ୟ ଇନ୍ଦୁ ଏବଂ ରାହୁଲଙ୍କ ସହ ସେହି ମଣ୍ଡପରେ ବିବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/7399Here_mother_also_took_seven_rounds_with_daughter_in_same_pavilion_everyone_who_sees_marriage_surprised.jpg)