ରୋଗ ଚିହ୍ନଟ ହୋଇ ନ ପାରି ପୁଅର ମୃତ୍ୟୁ ହେବା ପରେ ପଣ ନେଇ ମା’ ବନିଲେ ଡାକ୍ତର; ୨୬ବର୍ଷ ହେଲା ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ: ଉତ୍ତରପ୍ରଦେଶ ମିରଟର ରେଲୱେ ରୋଡ ଥାନା ଅଞ୍ଚଳର ରାମକୁଟିରରେ ଡା. ମଞ୍ଜୁ ମିତ୍ତଲ ସ୍ୱାମୀ ସତେନ୍ଦ୍ର ମିତ୍ତଲ ଓ ୨ ପୁଅ ହରିତ ଓ ଲସିତ ସହିତ ବସବାସ କରନ୍ତି। ଡା. ମଞ୍ଜୁ ମିତ୍ତଲଙ୍କ ବଡ଼ ପୁଅକୁ ୯ବର୍ଷ ହୋଇଥିବା ବେଳେ ସେ ହଠାତ ରୋଗଗ୍ରସ୍ତ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ଡା. ମଞ୍ଜୁ ମିତ୍ତଲ ସ୍ୱାମୀ ସତେନ୍ଦ୍ର ମିତ୍ତଲ ପୁଅକୁ ଡାକ୍ତରଙ୍କ ପାଖକୁ ନେଇଥିଲେ ହେଁ ସେଠାରେ ଡାକ୍ତର ରୋଗ ଚିହ୍ନି ପାରି ନଥିଲେ। ଫଳରେ ମଞ୍ଜୁଙ୍କ ବଡ଼ ପୁଅ ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା।

ଅନେକ ଚେଷ୍ଟା ପରେ ବି ପୁଅକୁ ବଞ୍ଚାଇ ନ ପାରିବାରୁ ମଞ୍ଜୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲେ। ପୁଅର ମୃତ୍ୟୁ ପରେ ମନକୁ ଦୃଢ଼ କରି ଡାକ୍ତର ବନି ଲୋକଙ୍କୁ ସାହାଯ୍ୟ କରିବେ ବୋଲି ପଣ ନେଇଥିଲେ। ଏହାପରେ ମଞ୍ଜୁ ହୋମିଓପାଥି ଅଭ୍ୟାସ କରିବା ଆରମ୍ଭ କରି ଦେଇଥିଲେ। ମନପ୍ରାଣ ଦେଇ ହୋମିଓପାଥି ଅଭ୍ୟାସ କରିବା ସହିତ ହୋମିଓପାଥିର ଶିକ୍ଷା ଶେଷ କରିଥିଲେ।

ଧୀରେଧୀରେ ସେ ହୋମିଓପାଥି ଜରିଆରେ ଲୋକଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଦୀର୍ଘ ୨୬ବର୍ଷ ହେଲାଣି ମଞ୍ଜୁ ଲୋକଙ୍କର ଚିକିତ୍ସା ମାଗଣାରେ କରିଆସୁଛନ୍ତି। ଚିକିତ୍ସା ପାଇଁ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ମିରଟରୁ ଲୋକେ ମଞ୍ଜୁଙ୍କ ପାଖକୁ ରୋଗ ଠିକ୍‌ କରିବା ପାଇଁ ଧାଇଁ ଆସିଥାଆନ୍ତି।

ସମ୍ବନ୍ଧିତ ଖବର