ପୁଅର ସ୍ବପ୍ନକୁ ପୂରା କରିବା ପାଇଁ ମା’ ଭିକ ମାଗି ଏକାଠି କରିଥିଲେ ୮୦ହଜାର ମୁଦ୍ରା

ନୂଆଦିଲ୍ଲୀ: କୁହାଯାଏ ଯେ ମାଆମାନେ ନିଜ ପିଲାମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି | ପଶ୍ଚିମବଙ୍ଗରୁ ଏମିତି ଏକ ଖବର ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ପସନ୍ଦର ସ୍କୁଟି କିଣିବାକୁ ଚାହୁଁଥିଲେ | ତେଣୁ ପୁଅର ଏହି ଇଚ୍ଛାକୁ ପୂରା କରିବା ପାଇଁ ମା’ ଭିକ ମାଗି ଟଙ୍କା ଏକାଠି କରିଥିଲେ।

ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ବସବାସ କରୁଥିବା ରାକେଶ ପାଣ୍ଡେ ନାମକ ଜଣେ ଯୁବକ ଏକ ବଡ ବାଲ୍ଟିରେ ୮୦ ହଜାର ମୁଦ୍ରା ଏକାଠି କରି ନିକଟତମ ସୋ’ରୁମରେ ପହଞ୍ଚିଲେ । ଯୁବକଙ୍କ ହାତରେ ମୁଦ୍ରା ଭର୍ତ୍ତି ବାଲଟି ଦେଖି ସୋ’ରୁମ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ରାକେଶଙ୍କ ବିଷୟରେ ଜାଣିବା ପରେ ସୋ’ରୁମର କର୍ମଚାରୀମାନେ ସ୍କୁଟି ଦେବାକୁ ରାଜି ହୋଇଯାଇଥିଲେ। ଏହାପରେ ରାକେଶଙ୍କ ଠାରୁ ମୁଦ୍ରା ଭର୍ତ୍ତି ବାଲ୍ଟି ସଂଗ୍ରହ କରି ସୋ’ରୁମ୍ କର୍ମଚାରୀମାନେ ଚଟାଣରେ ବସି ମୁଦ୍ରା ଗଣିବା ଆରମ୍ଭ କରିଥିଲେ।

ରିପୋର୍ଟ ଅନୁଯାୟୀ, ରାକେଶ ବାହାରକୁ ଯାଇ ଶ୍ରମିକ ଭାବରେ କାମ କରୁଥିବାବେଳେ ତାଙ୍କ ମା ଭିକ ମାଗି ନିଜର ଗୁଜୁରାଣ ମେଣ୍ଟାନ୍ତି। ପୁଅ ଏକ ସ୍କୁଟି କିଣିବ ବୋଲି ସ୍ୱପ୍ନ ଦେଖିଥିଲା। ତେଣୁ ପୁଅର ଏହି ସ୍ବପ୍ନକୁ ସାକାର କରିବା ପାଇଁ ମାଆ ଭିକ ମାଗି ଟଙ୍କା ଏକାଠି କରିଥିଲେ।

ରାକେଶ କହିଛନ୍ତି, ‘ମୋର ପାଖରେ କୌଣସି ବ୍ୟାଗ ନ ଥିବାରୁ ମୁଁ ମା’ ସଞ୍ଚୟ କରିଥିବା ମୁଦ୍ରାକୁ ଏକ ବାଲ୍ଟିରେ ଭର୍ତ୍ତି କରି ସୋ’ରୁମ ଆଣିଥି‌ଲି। ମୁଁ ଆଶା କରି ନ ଥିଲି ଯେ ମା ମୋ ପାଇଁ ଟଙ୍କା ଜମା କରି ସ୍କୁଟି କିଣିବାକୁ କହିବେ। ଏଥିପାଇଁ ମୁଁ ବହୁତ ଖୁସି। ଭଗବାନଙ୍କୁ ଏତିକି ପ୍ରାର୍ଥନା ସବୁ ଜନ୍ମରେ ମୁଁ ମୋ ମା’ କୋଳରେ ଜନ୍ମ ‌ନିଏ।’

ସମ୍ବନ୍ଧିତ ଖବର