ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମା’ଙ୍କୁ ଦେଖିବାକୁ ମିଳୁଛି। ଉକ୍ତ ମା’ ସହିତ ତାଙ୍କ ସନ୍ତାନ ବି ବସିଥିବା ନଜରକୁ ଆସିଛି। ତେବେ ଏହି ଭିଡଓରେ ଦେଖିବାକୁ ମିଳୁଥିବା ମା’ଙ୍କୁ ଦେଖାଯାଉ ନାହିଁ। ସେ ତାଙ୍କ ଦୃଷ୍ଟିଶକ୍ତିକୁ ହରାଇ ଦେଇଛନ୍ତି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି, ଦୃଷ୍ଟିଶକ୍ତି ନଥାଇ ବି ସେ ନିଜ ସନ୍ତାନ ପ୍ରତି ହେଳା କରୁ ନାହାଁନ୍ତି। ସେ ହାତରେ ପ୍ରଥମେ ରୁଟିକୁ ଧରୁଛନ୍ତି, ତା’ପରେ ତେଲକୁ ଓ ଲୁଣକୁ ଖୋଜୁଛନ୍ତି। ତେଲ ଓ ଲୁଣ ପାଇଯିବା ପରେ ସେ ରୁଟିରେ ତାକୁ ଲଗାଇ ଭୋକରେ କାନ୍ଦୁଥିବା ଛୁଆକୁ ଖୁଆଇ ଦେଉଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ମା’ ଓ ସନ୍ତାନଙ୍କ ଏଭଳି ଅବସ୍ଥା ଦେଖି  ଆଖିରେ ଲୁହ ଜକେଇ ଆସୁଛି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ @loves_xpress ନାମକ ଜଣେ ବ୍ୟବହାରକାରୀ ପୋଷ୍ଟ କରିଛନ୍ତି। ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ସତରେ ମା’ ମା’ ହୋଇଥାଏ। ତା ଋଣ କେହି ବି ସୁଝି ପାରିବେ ନାହିଁ।

ମା’ ତାର ପିଲା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଏ। ଏମିତି କି ନିଜ ଜୀବନକୁ ବି ବାଜି ଲଗାଇ ଦେଇଥାଏ। ଏହା ବାସ୍ତବରେ ଏକ ହୃଦୟସ୍ପର୍ଶୀ ଭିଡିଓ।ଆଖିକୁ ଦେଖା ନଗଲେ କ’ଣ ହେଲା, ମା’ ତ‌ାର ସନ୍ତାନର କଷ୍ଟ କୁ ସହି ପାରେ ନାହିଁ। ତେଣୁ ତାକୁ ଯେତେ ବି କଷ୍ଟ ହେଉ ସେସବୁବେଳେ ଚାହେଁ କି ତାର ପିଲା ହସଖୁସିରେ ଜୀବନ ବିତାଉ।’