୧୦ମାସର ସନ୍ତାନକୁ ଛାଡ଼ି ଦେଶର ସେବା ପାଇଁ ବାହାରୁଥିବା ବେଳେ ଭୋଭୋ ହୋଇ କାନ୍ଦୁଛନ୍ତି ମହିଳା ସୈନିକ

ନୂଆଦିଲ୍ଲୀ: ମା’ ନିଜ ଜୀବନ ଠାରୁ ବି ଅଧିକା ତାର ସନ୍ତାନକୁ ଭଲ ପାଇଥାଏ। ସନ୍ତାନକୁ ଯେମିତି କୌଣସି ବଧାବିଘ୍ନ ନଆସିବ ସେଥିପାଇଁ ସର୍ବଦା ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ। ମା’ ଓ ସନ୍ତାନକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ନିକଟରେ ଏମିତି ଏକ ମା’ ଓ ସନ୍ତାନର ଭାବବିହ୍ବଳ ଭିଡିଓ ପୋଷ୍ଟ ହୋଇଛି।

ଏଥିରେ ଦେଖିବାକୁ ମିଳୁଛି ଜଣେ ମା’ ତାଙ୍କର ୧୦ମାସର ଝିଅକୁ ଛାଡ଼ି ଟ୍ରେନ ଜରିଆରେ ନିଜ ଡିୟୁଟିକୁ ଫେରି ଯାଉଛନ୍ତି। ଝିଅକୁ ଛାଡ଼ି ଗଲା ବେଳେ ମା’ର ହୃଦୟ ଫାଟି ପଡ଼ୁଛି। ସେ ଷ୍ଟେସନରେ ଝିଅକୁ ଧରି ଭୋଭୋ ହୋଇ କାନ୍ଦୁଛନ୍ତି। ଆଉ ନିଜ ସ୍ବାମୀଙ୍କୁ ଆଲିଙ୍ଗନ କରି ବି କାନ୍ଦୁଛନ୍ତି।

ଏହି ଭିଡିଓଟିରେ ଥିବା ଦୃଶ୍ୟ ଅତ୍ୟନ୍ତ ଭାବବିହ୍ବଳ । ଜଣେ ମା’ ଦେଶର ସେବା ପାଇଁ ନିଜର ମମତାକୁ ତ୍ୟାଗ କରି କର୍ମପଥ‌ରେ ଆଗେଇ ଯାଉଥିବା କୁହାଯାଉଛି।

ଏହି ଭିଡିଓକୁ @ସୁବାଷବାଜେପେୟୀ୧୮ ନାମକ ପେଜରୁ ସେୟାର କରାଯାଇଛି। ଭିଡିଓଟିକୁ ଏକ ଲକ୍ଷ ୪୦ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡିଓ ସହିତ ସୁବାଷ ଏକ କ୍ୟାପସନ ଲେଖିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, ‘ଯେତେବେଳେ ଦେଶ ପାଇଁ ଥିବା କର୍ତ୍ତବ୍ୟ ଆଗରେ ଘର ପ୍ରତି ଥିବା କର୍ତ୍ତବ୍ୟ ହାରି ଯାଇଥାଏ।’

 

ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ, ମହିଳା ସୈନିକଙ୍କ ନାମ ବର୍ଷଣି ପାଟିଲ ରହିଛି। ସେ ତାଙ୍କ ଡିୟୁଟିକୁ ଫେରି ଯାଉଛନ୍ତି। ଏହି ସମୟରେ ଘରେ ସେ ତାଙ୍କ ୧୦ମାସର ଛୁଆ, ସ୍ବାମୀ ଓ ପରିବାରଲୋକଙ୍କୁ ଛାଡ଼ି ଯାଉଛନ୍ତି।

 

ସମ୍ବନ୍ଧିତ ଖବର