ନୂଆଦିଲ୍ଲୀ: ମା’ ଓ ସନ୍ତାନକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ପୋଷ୍ଟ ହୋଇଛି। ଏଥିମଧ୍ୟରେ ଏମିତି କିଛି ମା’ ଅଛନ୍ତି ଯେଉଁମାନେ କି ପିଲାଙ୍କ ପାଇଁ ଖୁବ ସଂଘର୍ଷ କରି ଥାଆନ୍ତି। ନିଜେ କଷ୍ଟ ସହି ସନ୍ତାନ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଥାଆନ୍ତି।
ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମା’ ନିଜ ପିଲାକୁ ତାଙ୍କ ପିଠିରେ ବାନ୍ଧି ଏକ ଯନ୍ତ୍ରପାତି ସାହାଯ୍ୟରେ ଟ୍ରକର ଟାୟାର ବଦଳାଉଛନ୍ତି। ଏହି ସମୟରେ ନିରୀହ ପିଲାଟି ବି ଶାନ୍ତ ହୋଇ ମା’ ପିଠିରେ ଝୁଲି ରହିଛି। ଯେମିତି ସେ ତାର ମା’କୁ କହୁଛି, ‘ମା’ ତୁ ବ୍ୟସ୍ତ ହଅନା। ମୁଁ ପା ତୋ ପିଠିରେ ବନ୍ଧା ହୋଇଛି ମୋର କ’ଣ ହେବ। ତୁ ନିଶ୍ଚିନ୍ତରେ ତୋର କାମ କର।’
ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଭାବପ୍ରବଣ ହୋଇ ମା’ଙ୍କ କାମକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଜଗଦୀଶ ଭାଖୋଡିଆ ନାମକ ଜଣେ ବ୍ୟବହାରକାରୀ ସେୟାର କରିଛନ୍ତି ।
View this post on Instagram
ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'କଠିନ ପରିଶ୍ରମ, ଦୈନିକ ଚାକିରି, ରିଅଲ୍ ଲାଇଫ୍ ଡକ୍ୟୁମେଣ୍ଟାରୀ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୯କୋଟିରୁ ଅଧିକ ଲୋକ ଦେଖି ସାରିଛନ୍ତି ଏବଂ ୭ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ ବି କରୁଛନ୍ତି।