ସହିଦ ହେବାର ଗୋଟାଏ ଦିନ ପୂର୍ବରୁ ନିଜ ବାପାମାଆଙ୍କ ସହ ଫୋନ୍‌ରେ ଏହି ସବୁ କଥା ହୋଇଥିଲେ କର୍ଣ୍ଣେଲ୍‌ ସନ୍ତୋଷ ବାବୁ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତୀୟ ଯବାନ କର୍ଣ୍ଣେଲ୍‌ ସନ୍ତୋଷ ବାବୁଙ୍କୁ ଝୁରି ହେଉଛନ୍ତି ତାଙ୍କ ମାଆ। ଜାଣିବାକୁ ମିଳିଛି ଯେ ସନ୍ତେଷ ବାବୁ ସୋମବାର ସହିଦ ହୋଇଥିବା ବେ‌ଳେ ନିଜ ବାପାମାଆଙ୍କ ସହ ଶେଷ କଥା ହୋଇଥିଲେ ରବିବାର ଦିନ। ଲଦାଖରେ ଉପୁଜିଥିବା ହିଂସାରେ ସହିଦ ହୋଇଥିବା ଏହି ଯବାନ ଜଣକ ନିଜ ମୃତ୍ୟୁର ଗୋଟାଏ ଦିନ ପୂର୍ବରୁ ଫୋନ୍‌ ଯୋଗ‌େ ନିଜ ବାପାମାଆଙ୍କ ସହ କଥା ହୋଇଥିଲେ।

ସୂଚନା ରହିଛି ଯେ ୧୯୭୫ ମସିହାଠାରୁ ଭାରତ-ଚୀନ ସୀମାନ୍ତରେ କେହି ବି ଯବାନ ସହିଦ ହୋଇ ନଥିଲେ। ପ୍ରାୟ ୪୫ ବର୍ଷ ପରେ ପ୍ରଥମ କରି ଭାରତୀୟ ଯବାନ ସହିଦ ‌ହୋଇଛନ୍ତି।

ସନ୍ତୋଷ ବାବୁଙ୍କର ନିଜ ବାପାମାଆଙ୍କ ବ୍ୟତୀତ ପତ୍ନୀ, ୪ ବର୍ଷିଅ ପୁଅ ଓ ୮ ବର୍ଷିଅ ଝିଅ ମଧ୍ୟ ଅଛନ୍ତି। ତାଙ୍କ ସହିଦ ହେବା ଖବର ଶୁଣି ବାପା ବି ଉପେନ୍ଦର ଓ ମାଆ ମଞ୍ଜୁଲା ଦେବୀଙ୍କୁ ଶକ୍ତ ଧକ୍କା ଲାଗିଛି। ସନ୍ତୋଷ ତାଙ୍କ ବାପାମାଆଙ୍କର ଗୋଟାଏ ମାତ୍ର ପୁଅ ଥିଲେ।

ndtv

ନିଜ ପୁଅକୁ ହରାଇ ଅବସରପ୍ରାପ୍ତ ବ୍ୟାଙ୍କ୍‌ କର୍ମଚାରୀ ବି ଉପେନ୍ଦର କୁହନ୍ତି, ‘ସେ ଆମକୁ ସୀମାରେ ଉପୁଜିଥିବା ସମସ୍ୟା ବିଷୟରେ କହିଥିଲା। ଏହା ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ କାହା ସହ ଏ ବିଷୟରେ କଥା ହେବାକୁ ସେ ମନା କରିଥିଲା। ମୁଁ ତାକୁ ସତର୍କ ରହିବାକୁ କହିଥିଲି। ଏହା ଛଡ଼ା ସେ ତା ସାନ ଭଉଣୀ ଓ ଭିଣୋଇଙ୍କୁ ସେମାନଙ୍କ ବିବାହ ବାର୍ଷିକୀ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଥିଲା।’

ଏ ନେଇ ମାଆ ମଞ୍ଜୁଲା ଦେବୀ କୁହନ୍ତି, ‘ପୁଅକୁ ହରାଇ ଜଣେ ମାଆ ହିସାବରେ ମୁଁ ଦୁଃଖୀ ଓ ଜଣେ ବୀରକୁ ଜନ୍ମ ଦେଇ ମୁଁ ଗର୍ବିତ।’ କ୍ୟାମେରାରେ ନିଜ ପୁଅ ବିଷୟରେ କହୁ କହୁ ସେ ମୋର ଗୋଟାଏ ପୁଅ ଥିଲା ବୋଲି କହି କାନ୍ଦି ଉଠିଲେ ମଞ୍ଜୁଲା ଦେବୀ।

ସମ୍ବନ୍ଧିତ ଖବର