ନୂଆ ଘର କିଣି ସର୍‌ପ୍ରାଇଜ୍‌ ଦେଲେ ମାଆ, ପୁଅକୁ ହେଲାନି ବିଶ୍ବାସ; ଆଉ ତା’ପରେ…

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଜଣେ ପୁଅକୁ ତାଙ୍କ ମାଆ ଘର କିଣିଥିବା କହି ସର୍‌ପ୍ରାଇଜ୍‌ ଦେଇଥିବା ବେଳେ ପୁଅର ପ୍ରତିକ୍ରିୟା ସଭିଙ୍କୁ ଚକିତ କରିଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ପୋ‌ଷ୍ଟ୍‌ ହେବା ପରେ ତାହାକୁ ଅନେକ ଲୋକ ଦେଖିବାକୁ ପସନ୍ଦ କରୁଛନ୍ତି।
ମହିଳା ଜଣକ ଅକ୍ଟୋବର ୧୮ ତାରିଖରେ ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିବା ପରେ ଲୋକେ ଖୁବ୍‌ ପସନ୍ଦ କରି ଚାଲିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ପିଲାଟି କାର୍‌ ଭିତରେ ବସିଛି। ତାପରେ ପିଲାଟିକୁ ତା’ର ମାଅ ପଚାରୁଛନ୍ତି ସାମ୍ନାରେ ସେ ଘରକୁ ଦେଖୁଛୁ? ପିଲାଟି କହୁଥିବାର ଶୁଣିବାକୁ ମିଳିଛି ଯେ ଘରଟି ବହୁତ ସୁନ୍ଦର। କାସ୍‌ ଆମର ବି ଏମିତି ଘର ହୋଇଥାନ୍ତା। ତାପରେ ତାଙ୍କ ମାଆ କହୁଛନ୍ତି ଯେ ଏହି ଘର ଆମର। ପିଲାଟି ପ୍ରଥମେ ବିଶ୍ବାସ କରୁନାହିଁ। ତାପରେ ତାକୁ ମାଆ ବାରମ୍ବାର କହୁଛନ୍ତି ଯେ ମୁଁ ମଜାକ କରୁନାହିଁ। ବାସ୍ତବରେ ଏ ଘର ଆମର। ତାପରେ ପିଲାଟି ପ୍ରଥମେ ଖୁସିରେ ଚକିତ ହୋଇ ଯାଉଛି। ଶେଷରେ ନିଜ ସାମ୍ନାରେ ସ୍ବପ୍ନର ଘରଟିକୁ ଦେଖି ଭାବପ୍ରବଣ ହୋଇ କାନ୍ଦି ବି ପକାଉଛି। ଭିଡିଓରେ ବାଳକଟିର ଉଭଣୀର କଣ୍ଠସ୍ବର ବି ଶୁଣିବାକୁ ମିଳିଛି।

 

 

View this post on Instagram

 

A post shared by Martistry (@__martistry_)

ଏହି ଭିଡିଓଟିକୁ ଏବେ ସୁଦ୍ଧା ୧ ଲକ୍ଷରୁ ଅଧିକ ଲାଇକ୍‌ ହୋଇ ସାରିଲାଣି। ବହୁତ ଲୋକ ବହୁତ ଭଲ ଭଲ କ‌ମେଣ୍ଟ୍‌ ବି ଦେଇଛନ୍ତି।

ସମ୍ବନ୍ଧିତ ଖବର