ଫୋନ୍‌ରେ କଥା ହେବା ମହଙ୍ଗା ପଡ଼ିଲା, ଅଟୋରେ ଶିଶୁକୁ ଭୁଲି ଆସିଲା ମା’

ନୂଆଦିଲ୍ଲୀ: ମୋବାଇଲ୍‌ ଫୋନ୍‌ର ବ୍ୟବହାର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ବସିଲେ ଉଠିଲେ ଖାଇଲେ ପିଇଲେ ପ୍ରତ୍ୟେକଟି କ୍ଷେତ୍ରରେ ଲୋକମାନଙ୍କ ହାତରେ ଫୋନ୍‌ ଥିବା ଦେଖିବାକୁ ମିଳୁଛି। ଏହି ଫୋନ୍‌ କାରଣରୁ ଅନେକ ଲୋକ ଯାତାୟାତ କରୁଥିବା ସମୟରେ ଗାଡ଼ିରେ ବିଭିନ୍ନ ପ୍ରକାର ସାମଗ୍ରୀ ଛାଡି ଆସୁଥିବା ଖବର ସାମ୍ନାକୁ ଆସିଥାଏ।। କିନ୍ତୁ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ମା’ ଫୋନ୍‌ରେ କଥା ହୋଇହୋଇ ନିଜ ଶିଶୁକୁ ଅଟୋରେ ହିଁ ଛାଡି ଚାଲି ଆସିଥିଲେ।

ଏହି କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ମହିଳା ଫୋନ୍‌ରେ କଥା ହୋଇହୋଇ ଗାଡିରୁ ଓହ୍ଲାଇ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପଛରୁ ଜଣେ ବ୍ୟକ୍ତି ଶିଶୁକୁ ଧରି ଡାକ ଛାଡୁଛନ୍ତି। ଏହି ବ୍ୟକ୍ତି ଜଣକ ଡାକ ଛାଡ଼ିଛାଡ଼ି ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ମହିଳାଙ୍କ ପାଖକୁ ଯାଇ ସେ ଶିଶୁକୁ ଦେଇ ପଚାରୁଛନ୍ତି ଏହି ଶିଶୁ ଆପଣଙ୍କର ନା ଆଉ କାହାର? ମହିଳା ହଁ ଏହା ମୋର ଶିଶୁ କହି ଶିଶୁକୁ ଆଲିଙ୍ଗନ କରି ନେଉଛନ୍ତି।

 

ଫୋନ୍‌ରେ କଥା ହୋଇହୋଇ ମା’ ଶିଶୁକୁ ଅଟୋରେ ଭୁଲି ଆସିବାର ଏହି ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି। ଏହି ଭିଡିଓକୁ ଏଯାବତ ୧କୋଟିରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୭୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ସେୟାର କରି ସାରିଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର