ନୂଆଦିଲ୍ଲୀ: ନୂଆ କିଛି ଶିଖିବା ଆଉ ଅନ୍ୟକୁ କିଛି ନୂଆ ଶିଖେଇବା ପାଇଁ କୌଣସି ବୟସ ନଥାଏ । ଆଜିକାଲି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଖୁସି ଲାଗିବା ସହିତ ନୂଆ କିଛି ଶିଖିବାର ଉତ୍ସାହ ବଢ଼ିଯିବ।

Advertisment

ଏହି ଭିଡିଓରେ ଜଣେ ବୟସ୍କ ମହିଳା କାର ଚଳାଉଛନ୍ତି ଏବଂ ପାଖରେ ବସିଥିବା ତାଙ୍କ ପୁଅ ସହ ହସି ହସି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଲୋକମାନେ ଏହାକୁ ବହୁତ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି।

ସାଇ କିରଣ କୋରେ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓଟିକୁ ପୋଷ୍ଟ କରି ନିଜର ଖୁସି ବାଣ୍ଟିଛନ୍ତି। ଭିଡିଓ କ୍ଲିପ୍ ସହିତ ସେ ଲେଖିଛନ୍ତି, 'ଆକ୍ସନ ମୁଡ଼ ରେ ମୋ ମା' !!

ଭିଡିଓରେ କାର ଚଳାଉଥିବା ମା' ଓ ତାଙ୍କ ପାଖରେ ବସିଥିବା ପୁଅ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। କୈଳାସ ଖେରଙ୍କ ପ୍ରସିଦ୍ଧ ଗୀତ 'ମାମା କେ ସାଥ' ଗୀତଟି କାରରେ ବାଜୁଥିବା ସହିତ, ମା ପୁଅ ଦୁହେଁ କାରର ଗତି ବିଷୟରେ କଥା ହେଉଛନ୍ତି।

ପୁଅ ମାଆକୁ ସ୍ଥାନୀୟ ଭାଷାରେ କହୁଛି ଯେ, କାରର ଗତି ଘଣ୍ଟା ପ୍ରତି କିଲୋମିଟରରେ ମାପ କରାଯାଏ। କଥାବାର୍ତ୍ତା ବେଳେ ଦୁହେଁ ମନ ଖୋଲି ହସୁଥିବା ମଧ୍ୟ ଦେଖିବାକୁ ମିଳିଛି। ଭାଇରାଲ୍ ରିଲର ସବୁଠାରୁ ସୁନ୍ଦର ଅଂଶ ହେଉଛି ମା' ପୁଅଙ୍କ ହସ।

ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୮୧ ହଜାରରୁ ଅଧିକ ଲୋକ ଏହି ରିଲକୁ ଲାଇକ କରିଛନ୍ତି। ଏଥିସହ ୨୭ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ସେୟାର କରିଛନ୍ତି। ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଦେଖିଛନ୍ତି। ଏହି ଉପଭୋକ୍ତାମାନଙ୍କ ମଧ୍ୟରୁ ଅନେକ ଭିଡିଓକୁ ଯଥେଷ୍ଟ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି।