ସ୍ବାମୀଙ୍କୁ ଧୋକା ନଦେଇ ବି ଝିଅର ଡିଏନ୍‌ଏ ଟେଷ୍ଟ୍‌ ରିପୋର୍ଟ ହେଉନି ମ୍ୟାଚ୍‌, ଗବେଷକ କହିଲେ…

ନୂଆଦିଲ୍ଲୀ: ଜଣେ ମାଆ ନିଜ ଝିଅର ଡିଏନ୍‌ଏ ଟେଷ୍ଟ୍‌ କରାଇଲେ ଓ ଫଳାଫଳ ଜାଣି ସାରିବା ପରେ ସେ ଆଶ୍ଚର୍ଯ୍ୟ ‌ହୋଇଗଲେ। ମହିଳା ଜଣକ ନିଜ ସ୍ବାମୀଙ୍କ ସହ ପ୍ରତାରଣା ନକରି ମଧ୍ୟ ତ‌ାଙ୍କ ଝିଅର ଡିଏନ୍‌ଏ କାହିଁକି ତାଙ୍କ ସହ ମ୍ୟାଚ୍‌ ହେଉନାହିଁ ବୋଲି ସେ ଚକିତ ହେଉଛନ୍ତି।

ସେ ଯେତେବେଳେ ଦେଖିବାକୁ ପାଇଲେ ଯେ ନିଜର ଅନ୍ୟ ପିଲାମାନଙ୍କଠାରୁ ତାଙ୍କ ଝିଅ ଭିନ୍ନ ତ ସେ ଝିଅର ଡିଏନ୍‌ଏ ଟେଷ୍ଟ୍‌ କରାଇବାକୁ ଚିନ୍ତା କଲେ। ମାତ୍ର ଡିଏନ୍‌ଏ ଟେଷ୍ଟ୍‌ର ରିପୋର୍ଟ ଆସିବାରୁ ତାଙ୍କ ପାଦ ତଳୁ ମାଟି ଖସିଗଲା।

ବିବାହ ପରେ ମହିଳା କୌଣସି ଅଲଗା ପୁରୁଷଙ୍କ ସହ ସଂପର୍କ ନରଖି ମଧ୍ୟ ତାଙ୍କ ଝିଅ ଡିଏନ୍‌ଏ ନିଜ ସ୍ବାମୀଙ୍କ ସହ ମ୍ୟାଚ୍‌ ନହେବା କଥା ତାଙ୍କୁ ବିବ୍ରତ କରିଛି।

ତାଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଟ୍ରୋଲ୍‌ କରିବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୁଁ ମହିଳାଙ୍କ କଥାକୁ ଆଦୌ ବିଶ୍ବାସ କରୁନାହିଁ। ସେ ବିବାହ ପରେ ଆଉ କାହା ସହ ଶାରୀରିକ ସଂପର୍କ ନରଖିବା କଥା ସଂପୂର୍ଣ୍ଣ ମିଥ୍ୟା।’

କିଛି ଗବେଷକ ଏ ସଂପର୍କରେ କହିଛନ୍ତି ଯେ କିଛି କ୍ଷେତ୍ରରେ ସନ୍ତାନ ମଧ୍ୟରେ ବାପା କିମ୍ବା ମାଆଙ୍କ ମଧ୍ୟରୁ କେବଳ ଜଣଙ୍କ ଡିଏନ୍‌ଏ ରହିବାର ସମ୍ଭାବନା ବି ରହିଥାଏ। ଏହି କାରଣରୁ ଝିଅଟିର ଡିଏନ୍‌ଏ ନିଜ ବାପାଙ୍କ ସହ ମ୍ୟାଚ୍‌ ନ ହେଉଥାଇପ‌ାରେ। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି କି ମହିଳାଙ୍କ ମାର୍ଟନିଟି ଡିଏନ୍‌ଏ ଟେଷ୍ଟ୍‌ କରାଇବ‌ା ଉଚିତ।

 

ସମ୍ବନ୍ଧିତ ଖବର