ସୋସିଆଲ୍‌ ମିଡିଆରେ ଚାଲିଛି ସାହସୀ ମାଆଙ୍କ ଉପସ୍ଥିତ ବୁଦ୍ଧିର ଚର୍ଚ୍ଚା, ୪ ମହଲାରୁ ତଳକୁ ଖସୁଥିବା ଶିଶୁକୁ ଏପରି ଧରି ପକାଇ ବଞ୍ଚାଇଲେ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ .ବେଶ୍ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ମାଆଙ୍କ ଭଲପାଇବା ତାଙ୍କ ପୁଅକୁ ୪ ମହଲା ଉପରୁ ତଳକୁ ପଡ଼ିବାରୁ ବଞ୍ଚାଇ ପାରିଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଶିଶୁଟି ମାଆ ହାତ ଧରି ଚାଲୁ ଚାଲୁ ଆଖି ପିଛୁଳାକେ କଡ଼କୁ ଚାଲି ଯାଉଛି। ସେଠାରୁ ସେ ଠିକ୍‌ ତଳକୁ ଖସିବା ବେଳେ ହିଁ ତା’ର ଗୋଡ଼କୁ ଧରି ମାଆ ଅଟକାଇ ଦେଉଛନ୍ତି।

ଏହି ଦୃଶ୍ୟଟି ସିସିଟିଭି କ୍ୟାମେରାରେ କଏଦ ହେବା ପରେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଭିଡିଓଟିକୁ ଦେଖି ମହିଳା ଜଣଙ୍କୁ ଏବେ ବିଭିନ୍ନ ଆଡୁ ପ୍ରଶଂସା ମିଳିବାରେ ଲାଗିଛି। ମହିଳା ଜଣକ ତାଙ୍କ ପୁଅକୁ ଧରି ପକାଇବା ପରେ ସେଠାରେ ଥିବା ଲୋକମାନେ ଧାଇଁ ଆସି ଶିଶୁଟିକୁ ଧରି ଉପରକୁ ଟେକି ଆଣିବାରେ ସାହାଯ୍ୟ କରିଛନ୍ତି।

ଭିଡିଓଟି ଅନ୍‌ଲାଇନ୍‌ରେ ସେୟାର୍‌ ହେବା ପରେ ହଜାର ହଜାର ଥର ଏହାକୁ ସେୟାର୍‌ କରାଯାଇ ସାରିଲାଣି। ଭିଡିଓଟିକୁ ଦେଖିବା ପରେ ଅନେକ  ମହିଳାଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ବିଲ୍ଡିଂରେ ଗାର୍ଡରେଲ୍‌ ନଥିବାରୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର