କାନାଡାର ନୋଭା ସ୍କୋଟିଆ ପ୍ରଦେଶର ରାଜଧାନୀ ହାଲିଫାକ୍ସ ଠାରେ ଏକ ବିରଳ ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ହୋଇଛି। ହାଲିଫାକ୍ସର କେନ୍ଦ୍ରସ୍ଥଳରେ ଥିବା ଐତିହାସିକ କୋଠା ‘ଏମ୍‌ଉଡ୍‌ ବିଲ୍‌ଡିଂ’କୁ ଇସ୍ପାତ ଛାଞ୍ଚ ଉପରେ ରଖାଯାଇ ୩୦ ଫୁଟ୍‌ ଘୁଞ୍ଚା ଯାଇଛି। ସବୁଠୁ ମଜାଦାର କଥାଟି ହେଉଛି ଏହାକୁ ଏପରି ଘୁଞ୍ଚାଇବାରେ ୭୦୦ ଖଣ୍ଡ ଆଇଭରି ସାବୁନ ବ୍ୟବହୃତ ହୋଇଛି।

Advertisment

ସୂଚନାଯୋଗ୍ୟ, ୧୮୨୬ ମସିହାରେ ଏକ ବାସଭବନ ରୂପରେ ନିର୍ମିତ ଉକ୍ତ କୋଠାଟି ୧୮୯୬ ମସିହାରେ ଏକ ସମ୍ଭ୍ରାନ୍ତ ହୋଟେଲକୁ ରୂପାନ୍ତରିତ ହୋଇଥିଲା। ତେବେ ରାସ୍ତା କଡ଼ରେ ଥିବାରୁ ସ୍ଥାନୀୟ ପ୍ରଶାସନ ଏହାକୁ ୨୦୧୮ ମସିହାରେ ଭାଙ୍ଗି ଦେବାକୁ ସ୍ଥିର କରିଥିଲେ। ମାତ୍ର ତାହାର ମାଲିକ ‘ଗାଲାକ୍ସି ପ୍ରପର୍ଟିଜ୍‌’ ଉକ୍ତ ଐତିହାସିକ କୋଠାଟିକୁ ସଂରକ୍ଷିତ କରି ରଖିବା ଲାଗି ତାହାକୁ ରାସ୍ତାକଡ଼ରୁ ଘୁଞ୍ଚାଇ ଏକ ନୂଆ ନିଅଁ ଉପରେ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସମଗ୍ର କୋଠାକୁ ଏସ୍କାଲେଟର ଲଗାଇ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଥିଲା।

ଶେଷରେ ଗୋଟିଏ ଏସ୍କାଲେଟର ଓ ଦୁଇଟି ଟ୍ରକ୍‌ ସହାୟତାରେ ଉକ୍ତ କୋଠାକୁ ୩୦ ଫୁଟ ଘୁଞ୍ଚାଇ ନିକଟବର୍ତ୍ତୀ ଏକ ବାସଭବନ ଅଞ୍ଚଳକୁ ସ୍ଥାନିତ କରାଯାଇଛି। ତେବେ ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ରୋଲର୍‌ ବଦଳରେ ସାବୁନ ପରି ଏକ ଅଣପାରମ୍ପରିକ ସାମଗ୍ରୀର ଉପଯୋଗ କରାଯାଇଛି। ଆଇଭରି ସାବୁନର ଚିକ୍କଣ ଓ ଖସଡ଼ା ଗୁଣ ପାଇଁ ସଂପୃକ୍ତ କୋଠା ସ୍ଥାନାନ୍ତରରେ କମ୍ପାନି ସାତ ଶହ ଖଣ୍ଡ ସାବୁନ ବ୍ୟବହାର କରିଥିଲା।