‘ଡେଥ୍‌ ଭ୍ୟାଲି’ର ଗତିଶୀଳ ପଥର!

ପ୍ରସ୍ତର ପ୍ରାଣହୀନ। କିନ୍ତୁ, ‘ଡେଥ୍‌ ଭ୍ୟାଲି’ ବା ମୃତ୍ୟୁ ଉପତ୍ୟକାରେ ଥିବା ପ୍ରସ୍ତର ଖଣ୍ତମାନ ଗତିଶୀଳ ! ମୃତ୍ୟୁ ଉପତ୍ୟକାରେ ମଣିଷ ବସ-ବାସ କରନ୍ତିନାହିଁ। କଦବା କେତେ ବେଳେ କଣ୍ଟା ଜାତୀୟ ତୃଣ କଅଁଳେ। ଅନ୍ୟ ଜୀବନ ମଧୢରେ ଗୋଧି ଜାତୀୟ ଛୋଟ ସରୀସୃପ ଏବ˚ ସର୍ପ କେବଳ ଦେଖାଯା’ନ୍ତି। ଏମାନଙ୍କ ପକ୍ଷେ ବଡ଼ ବଡ଼ ପଥରଗୁଡ଼ିକୁ ଘୁଞ୍ଚାଇବା ଅସମ୍ଭବ! ତା’ହେଲେ କ’ଣ ଘଟେ ସେଠାରେ? ଅବଶ୍ୟ ପଥରଗୁଡ଼ିକୁ ଚାଲୁଥିବା ଅବସ୍ଥାରେ କେହି ଦେଖିନାହାନ୍ତି। ଗୋଟିଏ ସ୍ଥାନରେ ନିଆଯାଇଥିବା ଫଟୋଚିତ୍ର ଏବ˚ ବାଲି ଉପରେ ଚିହ୍ନ ଆଦିରୁ ସେଗୁଡ଼ିକ ବିଭିନ୍ନ ଢଙ୍ଗରେ ସ୍ଥାନ ପରିବର୍ତ୍ତନ କରୁଥିବାର ପ୍ରମାଣ ମିଳୁଛି। ତେବେ, ଏହାର କାରଣ ଜଣାପଡ଼ିନାହିଁ। ପୂରା ମାମଲା ରହସ୍ୟମୟ ହୋଇରହିଛି।

ସମ୍ବନ୍ଧିତ ଖବର