ପୁଣି ଥରେ ମୋଦୀ ପ୍ରଧାନମନ୍ତ୍ରୀ ହେବାରୁ ମାଗଣାରେ ଜୋତା ପଲିସ କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ : ଗୁରୁବାର ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ସାରା ଦେଶରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । ତେବେ ଇନ୍ଦୋରରେ ଜଣେ ବ୍ୟକ୍ତି ନିଜ ଖୁସିକୁ ଭିନ୍ନ ଭାବେ ପାଳନ କରିଥିବା ଦେଖା ଯାଇଛି । ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତି ନିଜ ଖୁସିକୁ ପାଳନ କରିବାକୁ ଯାଇ ବୁଧବାର ମାଗଣାରେ ଜୋତା ସଫା କରିଥିବା ଜଣାପଡ଼ିଛି । ଏହି ଖବର ପ୍ରସାର ହେବା ପରେ ଅନେକ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚି ନିଜର ଜୋତା ପଲିସ କରିଥିଲେ । ଜୋତା ପଲିସ କରୁଥିବା ମୁକେଶ ହରିୟାଲେଙ୍କ କହିବା ଅନୁଯାୟୀ, ମୋଦୀଜୀ ଦେଶ ପାଇଁ ବହୁତ କିଛି କରିଛନ୍ତି । ସେ ଭିଆଇପି ପରମ୍ପରା ହଟାଇ ସମସ୍ତଙ୍କୁ ସମାନ ଅଧିକାର ଦେଇଛନ୍ତି । ତାଙ୍କ ପାଇଁ ଦେଶରେ ଅନେକ ପରିବର୍ତ୍ତନ ଆସିଛି ।

Dainik Bhaskar

ତେବେ ବୁଧବାର ମୁକେଶ ନିଜ ଟିମ୍‌ ସହ ରାସ୍ତା କଡ଼ରେ ବସି ମାଗଣାରେ ଜୋତା ପଲିସ କରିିଥିଲେ । ମାଗଣାରେ ଜୋତା ପଲିସ ପୋଷ୍ଟ ଦେଖି ଲୋକଙ୍କ ଭିଡ଼ ଧିରେ ଧିରେ ଜମିଥିଲା ।

ସମ୍ବନ୍ଧିତ ଖବର