ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଆକର୍ଷଣୀୟ ଓ ମଜାଳିଆ ବିଷୟବସ୍ତୁ ଥିବା ପୋଷ୍ଟ ସେୟାର ହୋଇଥାଏ। ଯାହାକୁ ଲୋକେ ଦେଖିବା ସହିତ ସେୟାର କରିବାକୁ ପସନ୍ଦ କରିଥାଆନ୍ତି। ନିକଟରେ ଜଣେ କର୍ମଚାରୀଙ୍କ ଇସ୍ତଫା ପତ୍ର ଭାଇରାଲ ହୋଇଛି।
କର୍ମଚାରୀ ଜଣକ ଯେଉଁଭଳି ଭାବରେ ଇସ୍ତଫା ପତ୍ର ଲେଖି ଚାକିରି ଛାଡିଛନ୍ତି ତାହା ଚର୍ଚ୍ଚାରେ ରହିଛି ।
https://www.reddit.com/r/recruitinghell/comments/1jptls7/our_newest_employee_was_mia_then_we_found_this_on/?utm_source=embedv2&utm_medium=post_embed&utm_content=post_body&embed_host_url=https://www.hindustantimes.com/trending/employees-blunt-seven-letter-resignation-leaves-internet-in-stitches-i-quit-101743857765652.html
ଭାଇରାଲ ହେଉଥିବା ଇସ୍ତଫାପତ୍ରରେ କିଛି ଭିନ୍ନ ଲେଖାଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଯେତେବେଳେ କେହି ଇସ୍ତଫା ଦିଅନ୍ତି, ସେମାନେ ଏଥିରେ କିଛି ବିଷୟ ଲେଖନ୍ତି ଏବଂ ଅତି କମରେ ୭-୮ ଧାଡି ନିଶ୍ଚୟ ଲେଖାଯାଇଥଏ। ଭାଇରାଲ ଇସ୍ତଫା ପତ୍ରରେ ସେପରି କିଛି ନାହିଁ। ମାତ୍ର ସାତଟି ଶବ୍ଦରେ ପ୍ରସଙ୍ଗ ଶେଷ ହୋଇଯାଇଛି।
ଇସ୍ତଫାପତ୍ରରେ ଲେଖାଯାଇଛି- 'ଦାତବ୍ୟ ହିସାବରେ ଆକଉଣ୍ଟିଂ ମୋ ଦ୍ବାରା ହୋଇ ପାରିବନାହିଁ, ମୁଁ ଛାଡି ଦେଉଛି।'