ପୁଅ ବିବାହ ନିମନ୍ତ୍ରଣ କାର୍ଡର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା, ଏ ପ୍ରସଙ୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରି କ’ଣ ବୟାନ ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଅଧକ୍ଷ ମୁକେଶ ଆମ୍ବାନିଙ୍କ ପୁଅ ଆକାଶ ଆମ୍ବାନି ଓ ହୀରା ବ୍ୟବସାୟୀ ରସେଲ ମେହତାଙ୍କ କନ୍ୟା ଶ୍ଳୋକା ମେହତାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ଘୁରି ବୁଲୁଛି। କେଉଁଠାରେ ବିବାହ ମେନ୍ୟୁର ଅନ୍ଦାଜ ଲଗାଯାଉଛି ତ ଆଉ କେତେକ ଲୋକ ବିବାହ କାର୍ଡର ମୂଲ୍ୟ କହୁଛନ୍ତି। ସୋସିଆଲ ମିଡିଆରେ ଆକାଶ ଓ ଶ୍ଲୋକାଙ୍କ ବିବାହ କାର୍ଡ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା କୁହାଯାଉଛି। କେବଳ ଏତିକି ନୁହେଁ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଆକାଶ ଓ ଶ୍ଳୋକାଙ୍କ ବିବାହ କାର୍ଡ ସାଧାରଣ କାର୍ଡ ଅପେକ୍ଷା ବହୁତ ସ୍ୱତନ୍ତ୍ର ରହିଛି। ଏହି କାର୍ଡ ଦେଖିବାକୁ ଏକ ବାକ୍ସ ଭଳି ଲାଗୁଛି । ଏହା ଭିତରେ କାଜୁ ଓ ବାଦାମ୍‌ ରଖାଯାଇଛି। ଏଥିରେ ମୋତିର ମାଳା ସଜା ଯାଇଥିବା ମଧ୍ୟ ଦେଖିବାକୁ ମିଳୁଛି।

ତେବେ ଏହି ପ୍ରସଙ୍ଗକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରି ବୟାନ୍‌ ଦେଇ କହିଛନ୍ତି, ପୁଅ ବିବାହାକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲିଥିବା ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ। ରିଲାଏନ୍ସ ଜିଓର ଓ୍ଵାର୍ଡ ମେମ୍ବର ଆକାଶ ଆମ୍ବାନି ବିବାହକୁ ନେଇ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଉପରେ ଆପଣମାନେ ଆଦୌ ବିଶ୍ୱାସ କରନ୍ତୁ ନାହିଁ।

 

ସମ୍ବନ୍ଧିତ ଖବର