ଜାଣନ୍ତି କି ଦେଶର ସବୁଠାରୁ ବଡ଼ ବିବାହ ଏ ବର୍ଷ କେଉଁ ମାସ, କେତେ ତାରିଖରେ ହେବ?

ମୁମ୍ବାଇ: ଧନୀ ତାଲିକାରେ ଦେଶରେ ପ୍ରଥମ ସ୍ଥାନରେ ଥିବା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବବାହ ହେବ ଏ ବର୍ଷର ସବୁଠାରୁ ବଡ଼ ବିବାହ। ଏହି ବିବାହ କେବେ ଓ କେଉଁଠାରେ ହେବ ଏ ନେଇ ସଭିଙ୍କ ଉତ୍ସୁକତା ରହିଥିଲା। ଶେଷରେ ପତୀକ୍ଷାର ଅନ୍ତ ଘଟିଛି। ଈଶା ଅମ୍ବାନୀଙ୍କ ବିବାହ ତାରିଖ ପ୍ରକାଶ ପାଇଛି। ଜାଣିବାକୁ ମିଳିଛି ଯେ ଚଳିତବର୍ଷ ଡିସେମ୍ବର ୧୨ ତାରିଖରେ ଈଶା ବ୍ୟବସାୟୀ ଆନନ୍ଦ ପିରାମିଲ୍‌ଙ୍କୁ ବିବାହ କରିବେ।

ଏ ସଂପର୍କରେ ଅମ୍ବାନୀ ପରିବାର ପକ୍ଷରୁ ଗତକାଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସୋମବାର ଈଶାଙ୍କ ବାପାମାଆ ମୁକେଶ ଓ ନିତା ଅମ୍ବାନୀ ପାରମ୍ପରିକ ଭାବେ ତାଙ୍କ ଝିଅ ବିବାହର ପ୍ରଥମ ନିମନ୍ତ୍ରଣ କାର୍ଡ ମୁମ୍ବାଇର ପ୍ରସିଦ୍ଧି ଗଣେଶ ମନ୍ଦିର ସିଦ୍ଧି ବିନାୟକରେ ସମର୍ପଣ କରିଛନ୍ତି।

ଏହି ଗ୍ରାଣ୍ଡ୍‌ େଓ୍ଵଡିଂ ମୁମ୍ବାଇରେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନିଙ୍କ ବାସଭବନରେ ହେବ ବୋଲି ସୂଚନା ରହିଛି। ଭାରତୀୟ ପରମ୍ପରା ଓ ସଂସ୍କୃତି ଅନୁସାରେ ଏହି ବିବାହ ସଂପନ୍ନ ହେବ। ଈଶାଙ୍କ ବିବାହକୁ ଦୃଷ୍ଟିରେ ରଖି ଡିସେମ୍ବର ୮ ଓ ୯ ତାରିଖରେ ଅମ୍ବାନୀ ଓ ପିରାମିଲ୍‌ ପରିବାର ପକ୍ଷରୁ ଉଦୟପୁରଠାରେ ସେମାନଙ୍କ ସଂପର୍କୀୟ ଓ ବନ୍ଧୁମାନଙ୍କ ସକାଶେ ଏ ଭୋଜିର ଆୟୋଜନ କରାଯାଇଛି। ଏହି ଭୋଜିରେ କେତେକ ବଲିଉଡ୍‌ ଷ୍ଟାର୍‌ ବି ଉପସ୍ଥିିତ ହେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର