କୋଟା: ନିର୍ଜନ ଜଙ୍ଗଲ ମଝିରେ ପଡ଼ିଛି ବଡ଼ବଡ଼ ପଥର ଖଣ୍ଡ... ତା’ ମଧ୍ୟରେ ମରାଯାଇଛି ସତର୍କୀକରଣ ବୋର୍ଡ। ବୋର୍ଡରେ ଲେଖା ହୋଇଛି ଦୟାକରି ଗାଡ଼ିରୁ ତଳକୁ ଓହ୍ଲାନ୍ତୁ ନାହିଁ"।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ରାଜସ୍ଥାନର କୋଟା ଡିଭିଜନରେ ଅବସ୍ଥିତ ମୁକୁନ୍ଦ୍ରା ହିଲ୍ସ ଟାଇଗର ରିଜର୍ଭରୁ ଆସିଛି। ଭିଡିଓରେ ପ୍ରଥମେ ଏକ ନିର୍ଜନ ଜଙ୍ଗଲ ମଝିରେ ବଡ଼ବଡ଼ ପଥର ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳୁଛି। ଏହି ପଥର ଉପରେ ଏକ ସତର୍କ ଫଳକ ଲଗାଇଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି "ବିପଦ! ଦୟାକରି ଗାଡ଼ିରୁ ତଳକୁ ଓହ୍ଲାନ୍ତୁ ନାହିଁ।"
ଏହି ଭିଡିଓରେ କିଛି ସମୟ ପରେ ଉକ୍ତ ସତର୍କ ଫଳକ ମଝିରୁ ଏକ ବାଘୁଣୀ ଧୀରେ ଧୀରେ ବାହାରକୁ ଆସୁଥିବା ଦେଖିବାକୁ ମିଳୁଛି।
ପର୍ଯ୍ୟଟକମାନଙ୍କୁ ସତର୍କ କରିବା ପାଇଁ ଏହି ବୋର୍ଡ ଲଗାଯାଇଛି। ସାମ୍ନାକୁ ଆସିଥିବା ଭିଡିଓ ଦେଖିବା ପରେ କିଛି ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହି ବାଘୁଣୀ ପ୍ରାୟତଃ ଏହି ଅଞ୍ଚଳରେ ଦେଖାଯାଏ ଏବଂ ପୂର୍ବରୁ କିଛି ଗୋରୁଙ୍କୁ ଆକ୍ରମଣ କରିଛି। ଅନେକ ବ୍ୟବହାରକାରୀ ଏହାକୁ ମଣିଷଖିଆ ବୋଲି କହୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/05/newwet34-2025-08-05-18-30-15.jpg)