ପିଲା ଜନ୍ମଦେବାର ୪୫ ମିନିଟ୍‌ ପୂର୍ବରୁ ସେ ଅନ୍ତଃସତ୍ତ୍ୱା ବୋଲି ଜାଣିଲେ ମହିଳା !

ଶିଶୁକୁ ଜନ୍ମଦେବାର ୪୫ ମିନିଟ୍‌ ପୂର୍ବରୁ ମହିଳା ଜାଣିବାକୁ ପାଇଲେ କି ସେ ଅନ୍ତଃସତ୍ତ୍ୱା! ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଗର୍ଭବତୀ ହେବାର କୌଣସି ଲକ୍ଷଣ ନଥାଇ ମଧ୍ୟ ଏକ ଶିଶୁପୁତ୍ରକୁ ଜନ୍ମ କରିଥିଲେ ପ୍ଲାଇମ୍‌ଟନ୍‌ର ଜଣେ ମହିଳା । ହଠାତ୍‌ ପେଟରେ ଗଭୀର ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ।
ସେଠାରେ ଅଲଟ୍ରାସାଉଣ୍ଡ କରାଯିବା ପରେ ଡ଼ାକ୍ତର ସଙ୍ଗେ ସଙ୍ଗେ ତାଙ୍କର ପ୍ରସବ କରାଯିବ ବୋଲି ଜଣାଇଥିଲେ । ଏହା ଜାଣିବା ପରେ ଲିସା ଲେଥାର୍ଡ଼ ଏବଂ ତାଙ୍କ ସ୍ୱାମୀ ଏହା କିପରି ସମ୍ଭବ ବୋଲି ଭାବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କୌଣସି ଲକ୍ଷଣ ନ ଥାଇ ଏପରି କିପରି ହେଲା ଭାବି ସେମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଜନ୍ମ ପରେ ପିଲାଟି ନିହାତି ଭାବରେ ଦୁର୍ବଳ ହୋଇଥିବ ବୋଲି ସେମାନେ ଭାବିଥିଲେ । କିନ୍ତୁ ଜନ୍ମର ୩୦ ସେକେଣ୍ଡ ପରେ ପିଲାଟି ଏକଦମ୍‌ ସୁସ୍ଥ ବୋଲି ଡ଼ାକ୍ତର ତାଙ୍କୁ ଜଣାଇଥିଲେ ।

www.mirror.co.uk

ଏ ବିଷୟରେ ତାଙ୍କୁ ପଚରା ଯିବାରୁ “ମୁଁ ଏ ବିଷୟରେ ଜମା ବି ଜାଣି ନଥିଲି ବୋଲି କହିଥିଲେ । କିଛି ଦିନ ତଳେ ମୋ ପାଦ ଫୁଲିବା ଆରମ୍ଭ ହୋଇଥିଲା । ମୋର ଜଣେ ସହକର୍ମୀ ଏହାତାଙ୍କର ହେବାର ଲକ୍ଷଣ ବୋଲି କହିଥିଲେ । କିନ୍ତୁ ମୁଁ ସେଥି ପ୍ରତି ଧ୍ୟାନ ଦେଇ ନ ଥିଲି । କାରଣ ଆମର ପୂର୍ବରୁ ଏକ ସନ୍ତାନ ଥିବାରୁ ମୁଁ ଏବଂ ମୋ ସ୍ୱାମୀ ଆଉ ଗୋଟେ ପିଲା କଥା ଭାବି ନଥିଲୁ । ଏହା ସହ ମୋ ପେଟର ଆକାରରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖା ଯାଇ ନ ଥିଲା ।

ହଠାତ୍‌ ରାତିରେ ମୋ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ମୋ ସ୍ୱାମୀ ମୋତେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ । ସକାଳ ହେଲା ପରେ ଯନ୍ତ୍ରଣା ଏତେ ବଢ଼ି ଯାଇଥିଲା ଯେ ମୁଁ ମୋ ଖଟରୁ ଉଠି ପାରି ନଥିଲି । ଏହା ପରେ ଆମ୍ବୁଲାନ୍ସକୁ ଡ଼କା ଯିବା ସହ ମୋତେ ଟେକି କରି ଡ଼ାକ୍ତରଖାନା ନିଆ ଯାଇଥିଲା । ସେଠି ପହଞ୍ଚିବା ପରେ ଏହା ପ୍ରସବ ଯନ୍ତ୍ରଣା ହୋଇଥାଇ ପାରେ ବୋଲି ଡ଼ାକ୍ତର କହିଥିଲେ । ଅଲଟ୍ରାସାଉଣ୍ଡ ପରେ ଏହା ସତ ପ୍ରମାଣ ହୋଇଥିଲା । ସମସ୍ତେ ପ୍ରସୂତି ବିଭାଗ ଆଡ଼କୁ ଧାଇଁବା ସହ ସାଙ୍ଗେ ସାଙ୍ଗେ ପ୍ରସବ ହେବ ବୋଲି ଡ଼ାକ୍ତର କହିଥିଲେ । ହଠାତ୍‌ ଏତେ ଜିନିଷ ହେଉଥିବା ବେଳେ ଏହା କିପରି ସମ୍ଭବ ବୋଲି ମୁଁ ଭାବି ଚାଲିଥିଲି । ସେ ଯାହା ବି ହେଉ ଆଜି ମୋ ପୁଅ ମୋ ପାଖରେ ସୁସ୍ଥ ଅଛି ଏବଂ ତାକୁ ପାଇ ମୁଁ ବହୁତ ଖୁସି। ”

ସମ୍ବନ୍ଧିତ ଖବର