ମୁମ୍ବାଇ : ମୁମ୍ବାଇ ବିମାନବନ୍ଦର ବିଶ୍ୱର ସବୁଠାରୁ ବ୍ୟସ୍ତତମ ସିଙ୍ଗଲ ରନ୍ଓ୍ଵର ଏକ ନୂଆ ରେକର୍ଡ କରିଛି। ଏହି ବିମାନବନ୍ଦର ନିଜର ପୂର୍ବ ରେକର୍ଡ ବ୍ରେକ୍ କରିଛି। ମୁମ୍ବାଇ ବିମାନବନ୍ଦରରେ ଗତ ଡିସେମ୍ବର ୮ ତାରିଖ ଦିନ ୨୪ ଘଣ୍ଟା ଭିତରେ ୧୦୦୪ ବିମାନ ସେବାର ରେକର୍ଡ ସୃଷ୍ଟି ହୋଇଛି ।ଏହା ପୂର୍ବରୁ ଜୁନ୍ ୬ ତାରିଖରେ ଏହି ବିମାନ ବନ୍ଦରରୁ ଜୁନ୍ ୬ ତାରିଖରେ ୧୦୦୩ଟି ବିମାନ ଯାତାୟତ କରିଥିଲା।
ରିଲିଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟିଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର ବୁଧବାର ଦିନ ମୁମ୍ବାଇରେ ହେଉଛି ଓ ବିବାହ ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ଉଦୟପୁରରେ ଅନୁଷ୍ଠିତ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
କୁହାଯାଉଛି ମୁମ୍ବାଇରୁ ଉଦୟପୁର ଯାଉଥିବା ଅତିଥିମାନଙ୍କ ଯୋଗୁଁ ମୁମ୍ବାଇ ବିମାନ ବନ୍ଦରର ବ୍ୟସ୍ତତା ବୃଦ୍ଧି ପାଇଛି। ଏହି ଉତ୍ସବରେ ଯୋଗ ଦେବା ଲାଗି ମୁମ୍ବାଇରୁ ଅନେକ ରାଜନେତା,ଶିଳ୍ପପତି ଓ ବଲିଉଡ ସେଲିବ୍ରିଟି ନିଜର ବ୍ୟକ୍ତିଗତ ବିମାନରେ ଉଦୟପୁର ଯାତ୍ରା କରିଥିଲେ। ଏହା ଫଳରେ ମୁମ୍ବାଇ ବିମାନବନ୍ଦର ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛି । ଏଥିମଧ୍ୟରୁ ୯୦୩ ନିର୍ଦ୍ଧାରିତ,୫୯ ଅନିର୍ଦ୍ଧାରିତ,୮ଟି ଚାର୍ଟର,୩୧ ଫ୍ରେଟର୍ ଓ ୩ ସୈନ୍ୟ ବିମାନ ରହିଛି।