ଘର ସଫା ସମୟରେ ମିଳିଥିବା ଜେଜେବାପାଙ୍କ ଡାଏରୀ ଦେଖି ନାତି ହେଲେ ଆଶ୍ଚର୍ଯ୍ୟ: ସେଥିରେ ଥିଲା ଏଭଳି ଜିନିଷ

ନୂଆଦିଲ୍ଲୀ: ଅନେକ ଥର ଘର ସଫା ସମୟରେ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥାଏ। କାହାରିକୁ ନିଜ ଛୋଟ ବେଳର ଖେଳନା ମିଳିଥାଏ ତ ଆଉ କାହାକୁ ଜେଜେମା-ଜେଜେବାପାଙ୍କ ପୁରୁଣା ସ୍ମୃତି ମିଳିଥ‌ାଏ। ଠିକି ଏମିତି ଏକ ଘଟଣା ମୁମ୍ବାଇସ୍ଥିତ ବିଜୟ ବସରୁରଙ୍କ ସହିତ ଘଟିଛି।

ସେ ନିଜ ମା’ଙ୍କ କୋଠରୀ ସଫା କରୁଥିବା ସମୟରେ ତାଙ୍କ ଜେଜେବାପାଙ୍କ ଡାଏରୀ  ପାଇଥିଲେ। ଏହି ଡାଏରୀ ଖୋଲିବା ପରେ ସେଥିରେ ଯାହା ଲେଖାଥିଲା ତାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ। କାରଣ ଏଥିରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବି.ଆର.ଆମ୍ବେଦକର ଏବଂ ସି. ଭି ରମଣଙ୍କ ପରି ମହାନ ବ୍ୟକ୍ତିଙ୍କ ପ୍ରକୃତ ଦସ୍ତଖତ ରହିଥିଲା।

ବିଜୟ ବସରୁର ବିଳମ୍ବ ନକରି ମହାନ ବ୍ୟକ୍ତିଙ୍କ ପ୍ରକୃତ ଦସ୍ତଖତ ଫଟୋ ‌ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଫଟୋ ସେୟାର କରି ସେ ଲେଖିଥିଲେ, ଗତ କିଛିଦିନ ତଳେ ମୁଁ ଘର ସଫ‌ା କରୁଥିଲି। ଏହି ସମୟରେ ୩୦ବର୍ଷ ତଳର ଜେଜେ ବାପାଙ୍କର ଦସ୍ତଖତ ଡାଏରୀ ପାଇଥିଲି। ଏଥିରେ ମହାତ୍ମା ଗାନ୍ଧୀ, ନେହେରୁ, ଆମ୍ବେଦକର ଏବଂ ସିଭି ରମଣଙ୍କ ଦସ୍ତଖତ ରହିଛି।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କି ନେହେରୁଙ୍କ ଦସ୍ତଖତ ୧୯୩୭ ମସିହାର ହୋଇଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଦସ୍ତଖତ ୧୯୩୮ ମସିହାରେ ଓ ଆମ୍ବେଦକରଙ୍କ ଦସ୍ତଖତ ୧୯୪୮ ମସିହାରେ ହୋଇଛି। ସିଭି ରମଣଙ୍କ ଦସ୍ତଖତରେ ତାରିଖ ଲେଖା ନାହିଁ।

ଟୁଇଟର ବ୍ୟବହାରକାରୀମାନେ ଏହି ଡାଏରୀକୁ ସବୁଦିନ ସାଇତି ରଖିବା ପାଇଁ ବିଜୟଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର