ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ସମୟରେ ପହଞ୍ଚାଇବାରେ ସାହାଯ୍ୟ କରି ଚର୍ଚ୍ଚାରେ ମୁମ୍ବାଇ ଟ୍ରାଫିକ୍‌ ପୁଲିସ୍‌

ମୁମ୍ବାଇ: ମୁମ୍ବାଇ ପୁଲିସ୍‌ର ଏକ ଉଦାରତା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି। ଜଣେ ଛାତ୍ର ନିଜ ପରୀକ୍ଷା ପାଇଁ ବିଳମ୍ବ ହେଉଥିବା ବେଳେ ମୁମ୍ବାଇ ପୁଲିସ୍‌ ତାଙ୍କୁୁ ସାହାଯ୍ୟ କରି ଏସ୍‌ଏସ୍‌ସି ବୋର୍ଡ ପରୀକ୍ଷା କେନ୍ଦ୍ରରେ ଉଚିତ ସମୟରେ ପହଞ୍ଚାଇବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ମୁମ୍ବାଇ ପୁଲିସ୍‌ର ଏହି ଉଦାରତା ଏବେ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅନେକ ଟ୍ବିଟର୍‌ ବ୍ୟବହାରକାରୀ ଏହାକୁ ଆଲୋଚନା କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି।

ଜାଣିବାକୁ ମିଳିଛି ଯେ ଛାତ୍ରୀ ଜଣକ ପରୀକ୍ଷା ସେଣ୍ଟର୍‌ରେ ପହଞ୍ଚିବା ପାଇଁ ରିକ୍ସା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ସେ ଦୀର୍ଘ ସମୟ ଧାଡ଼ିରେ ରହିବା ପରେ ସେଠାରେ ଥିବା ଟ୍ରାଫିକ୍‌ ପୁଲିସ୍‌ ଛାତ୍ରୀଙ୍କର ପରୀକ୍ଷା ଅଛି ବୋଲି ଅନୁମାନ ଲଗାଇ ପାରିଥିଲେ। ସେ ତା’ପ‌ରେ ଯାଇ ତାଙ୍କର ପରୀକ୍ଷା ଅଛି କି ନାହିଁ ପଚାରିଥିଲେ। ଛାତ୍ରୀ ଜଣକ ମୁଣ୍ଡ ହଲାଇ ହଁ ମାରିବା ପରେ ଟ୍ରାଫିକ୍‌ ପୁଲିସ୍‌ ତାଙ୍କୁ ଆଗକୁ ଡାକି ନେଇ ସେହି ଅଟୋ ରିକ୍ସାରେ ବସାଇ ପରୀକ୍ଷା କେନ୍ଦ୍ରକୁ ପଠାଇବା ସହ ପରୀକ୍ଷା ପାଇଁ ଶୁଭକାମନା ମଧ୍ୟ ଦେଇଥିଲେ।

 

ସମ୍ବନ୍ଧିତ ଖବର