କୁହାଯାଏ ଯୋଡ଼ି ଭଗବାନ ବନାଇଥାଆନ୍ତି । ଯାହାକୁ ଯିଏ ଯେଉଁ ସମୟରେ ମିଳିବାର ଥାଏ ତାକୁ ସେ ସେହି ସମୟରେ ମିଳିଥାଏ । ଏହା ପ୍ରକୃତିର ନିୟମ । ଏହି କଥାକୁ ପ୍ରମାଣ କରିଛନ୍ତି ମୁମ୍ବାଇର ଏକ ଦମ୍ପତି । ମୁମ୍ବାଇରେ ରହୁଥିବା ନେହାଲ ଠକ୍କର ଏବଂ ଅନୁପ୍ ଚନ୍ଦ୍ରନ୍ଙ୍କ ପ୍ରେମ କାହାଣୀ ଠିକ୍ ସେହି ଭଳି । ସେ ଦୁଇ ଜଣ କେବେ ଭାବି ନ ଥିଲେ କି ଜୀବନର ଚଲାପଥରେ ସେମାନେ ପରସ୍ପରକୁୁ ଭେଟିବେ ବୋଲି । ୩ ବର୍ଷ ବ୍ୟବଧାନରେ ସମାନ ଦୁର୍ଘଟଣାର ଶିକାର ହୋଇଥିବା ନେହାଲ ଏବଂ ଅନୁପଙ୍କ୍ ମଧ୍ୟରେ ଏତେ ସାମଞ୍ଜସ୍ୟ ଅଛି ବୋଲି ସେମାନେ କେବେ ଭାବି ନ ଥିଲେ ।
୧୦ ବର୍ଷ ଧରି ପ୍ରେମ ସଂପର୍କରେ ଥିବା ଏହି ଦମ୍ପତି ନିଜ ସହ ହୋଇଥବା ଦୁର୍ଘଟଣାର ଥିବା ସାମଞ୍ଜସ୍ୟ ବିଷୟରେ ଜାଣିବା ପରେ ଦୁହେଁ ଦୁହିଁଙ୍କୁ ସାଥ୍ ଦେବା ସହ ଭଲ ପାଇ ବସିଥିଲେ । ଦୁର୍ଘଟଣା ପରଠାରୁ ଦୁଇ ଜଣ ଚାଲି ପାରୁ ନଥିବା ବେଳେ ପରସ୍ପରର ଭଲପାଇବା ପାଇ ସେମାନେ ଆଜି ଦୁନିଆରେ ବଞ୍ଚିବା ସହ ନିଜର ଏକ ଭିନ୍ନ ପରିଚୟ ତିଆରି କରି ପାରିଛନ୍ତି ।
/sambad/media/post_attachments/wp-content/uploads/2018/03/sd_1522067500_800x420-300x158.jpg)
ନେହଲଙ୍କ କହିବା ଅନୁଯାୟୀ, ଆମେ ଦୁଇ ଜଣ ସମାନ ଦୁର୍ଘଟଣାର ଶିକାର ହୋଇଥିଲୁ । ଅନୁପ୍ ଯେଉଁ ଗାଡ଼ିରେ ଯାଉଥିବା ବେଳେ ତାଙ୍କର ଦୁର୍ଘଟଣା ହୋଇଥିଲା ମୋର ମଧ୍ୟ ସେଇ ଗାଡ଼ିରେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ତାଙ୍କର ଯେଉଁ ଦିନ ଏବଂ ଯେଉଁ ସ୍ଥାନରେ ଦୁର୍ଘଟଣା ହୋଇଥିଲା ମୋର ମଧ୍ୟ ସେହି ଦିନ ଏବଂ ସେହି ସ୍ଥାନରେ ଦୁର୍ଘଟଣା ହୋଇଥିଲା । କିନ୍ତୁ ୩ ବର୍ଷ ବ୍ୟବଧାନରେ । ଏ କଥା ଯେତେବେଳେ ମୁଁ ଜାଣିଲି ପୂରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଧୀରେ ଧୀରେ ଆମେ ଦୁଇ ଜଣ ପରସ୍ପରକୁ ଜାଣିବା ପରେ ଆମ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ବିବାହରେ ପରିଣତ ହୋଇଥିଲା । ଆଜି ଆମେ ଦୁଇ ଜଣ ଚାଲି ପାରୁନଥିଲେ ମଧ୍ୟ ଆମ ମନରେ ଟିକେ ବି ଦୁଃଖ ନାହିଁ ।